fbpx

News across the Earth, news close to your heart, Read Odisha Bhaskar English

ନବରାତ୍ରିରେ ଜନ୍ମନେଲା ୨ ମୁଣ୍ଡ ୩ ଆଖିଥିବା ବାଛୁରୀ; ଦୁର୍ଗାଙ୍କ ଅବତାର ଭାବି ପୂଜା କଲେ ଲୋକେ

ଭୁବନେଶ୍ୱର: ଆମ ଆଖପାଖରେ ଘଟୁଥିବା କିଛି ଘଟଣା ବିଚିତ୍ର ଏବଂ ଅବିଶ୍ୱସନୀୟ ମନେହୁଏ । ନବରାତ୍ରି ଅବସରରେ ସମୟରେ ଜନ୍ମ ହୋଇଥିବା ଏହି ଛୋଟ ବାଛୁରୀଟି ଏପରି ଏକ ଅଦ୍ଭୁତ ଉଦାହରଣ । ବାଛୁରୀଟିର ଦୁଇଟି ମୁଣ୍ଡ ଏବଂ ତିନିଟି ଆଖି ରହିଛି । ନବରଙ୍ଗପୁରରେ ନବରାତ୍ରି ଅବସରରେ ଏହି ଅଦ୍ଭୁତ ବାଛୁରୀ ଜନ୍ମ ହୋଇଥିବାରୁ ସ୍ଥାନୀୟ ଲୋକମାନେ ବାଛୁରୀକୁ ମା ଦୁର୍ଗାଙ୍କ ଅବତାର ଭାବି ପୂଜା ମଧ୍ୟ କରିବା ଆରମ୍ଭ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲା କୁମୁଲି ପଞ୍ଚାୟତର ବିଜାପୁର ଗାଁର କୃଷକ ଧାନିରାମଙ୍କ ଘରେ ରହିଛିି ଏହି ଅଦ୍ଭୁତ ବାଛୁରୀ । ଜନ୍ମ ହୋଇଥିବା ବାଛୁରୀକୁ ଦେଖି ପ୍ରଥମେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଧନିରାମଙ୍କ ପୁଅ କହିଛନ୍ତି ବାଛୁରୀଟି ତା ମା’ଠାରୁ କ୍ଷୀର ପିଇବାରେ ଅସୁବିଧା ଭୋଗୁଛି, ତେଣୁ ଆମକୁ ବାହାରୁ କ୍ଷୀର କିଣିବାକୁ ପଡ଼ିବ।ନବରାତ୍ରି ଅବସରରେ ଏହି ଅନନ୍ୟ ବାଛୁରୀ ଜନ୍ମ ହୋଇଥିବାରୁ ସ୍ଥାନୀୟ ଲୋକମାନେ ବାଛୁରୀକୁ ମା ଦୁର୍ଗାଙ୍କ ଅବତାର ଭାବରେ ପୂଜା କରିବା ଆରମ୍ଭ କରି ଦେଇଛନ୍ତି।

Get real time updates directly on you device, subscribe now.