fbpx
BSKY
BJD MC SKY
BJD YOUTH SKY

ରାଜଧାନୀରେ ବଢ଼ିଲା କ୍ଷୀର ଦାମ ,ମହଙ୍ଗା ହେଲା ମଦର ଡାଏରୀ

ନୂଆଦିଲ୍ଲୀ:ପୂର୍ବରୁ ମହଙ୍ଗା ମାଡରେ କଲବଲ ଜନତାଙ୍କ ଉପରେ ପଡିପାରେ ଆଉ ଏକ ପ୍ରହାର। ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଦୁଗ୍ଧ ଏହାର କ୍ଷୀରର ମୂଲ୍ୟ ୨ ଟଙ୍କା ବୃଦ୍ଧି କରିଛି। ମଦର ଡାଏରୀ ଦିଲ୍ଲୀ-ଏନସିଆରକୁ ପ୍ରତିଦିନ ୩୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ଯୋଗାଇଥାଏ।

ମଦର ଡାଏରୀ ବର୍ତ୍ତମାନ ଫୁଲ କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୨ ରୁ ୬୬ ଟଙ୍କାକୁ ବୃଦ୍ଧି କରିଥିବାବେଳେ ବିନା କ୍ରିମ୍ କ୍ଷୀରର ମୂଲ୍ୟ ଲିଟର ପିଛା ୫୧ ଟଙ୍କାରୁ ଲିଟର ପିଛା ୫୩ ଟଙ୍କାକୁ ବୃଦ୍ଧି କରାଯାଇଛି। ଡବଲ୍ ଟୋଡ଼ କ୍ଷୀରର ମୂଲ୍ୟ ଲିଟର ପିଛା ୪୫ ରୁ ୪୭ ଟଙ୍କାକୁ ବୃଦ୍ଧି କରାଯାଇଛି।

ରିସର୍ଚ୍ଚର ରିପୋର୍ଟ ଅନୁଯାୟୀ, ଦେଶରେ ଗତ କିଛି ବର୍ଷରେ ପଶୁଙ୍କ ଚାରା ର ଦାମ ବୃଦ୍ଧି ଘଟିଛି। ଆର୍ଥିକ ବର୍ଷ ୨୦୨୩ର ଦ୍ଵିତୀୟ ତ୍ରୈମାସରେ ଅସ୍ଵାଭାବିକ ବର୍ଷା କାରଣରୁ ଫସଲର ଯେଉଁ କ୍ଷତି ଘଟିଛି ଏଥିରେ ଚାରାର ଦାମ ବଢିବାରେ ଲାଗିଛି। ଫଳରେ ଦୁଗ୍ଧ ଉତ୍ପାଦନକାରୀ ଉଦ୍ୟୋଗକୁ ମୂଲ୍ୟବୃଦ୍ଧିର ସାମ୍ନା କରିବାକୁ ପଡୁଛି। ତେଣୁ ଖୁଚୁରା ବିକ୍ରି ପାଇଁ ବଜାରରେ କ୍ଷୀରର ଦାମ ଆବୃଦ୍ଧି ପାଉଛି ।

Get real time updates directly on you device, subscribe now.