fbpx
BJD SKY
BJD SKY

ଟମାଟୋ ପରେ ବଢିଲା କ୍ଷୀର ମୂଲ୍ୟ: ସାଧାରଣ ଖାଉଟୀଙ୍କୁ ଲଗିଲା ମହଙ୍ଗା ଛାଟ

BJD

ନୂଆଦିଲ୍ଲୀ: ଅଗଷ୍ଟ ପହିଲାରୁ ସାଧାରଣ ଖାଉଟୀଙ୍କୁ ଲାଗିବ ଆଉ ଏକ ଝଟକା । ଟମାଟୋ ଏବଂ ଅନ୍ୟାନ୍ୟ ପରିବା ଦର ବୃଦ୍ଧି ହେବା ପରେ ଏବେ କ୍ଷୀର ମୂଲ୍ୟ ମଧ୍ୟ ବଢିବାକୁ ଯାଉଛି । ଏଣିକି ଖାଉଟୀଙ୍କ ପାଇଁ କ୍ଷୀର କିଣିବା ବି ଖୁବ ମହଙ୍ଗା ହୋଇଯିବ । କ୍ଷୀର ସହିତ ଏହି ଜାତୀୟ ଅନ୍ୟ ପ୍ରଡକ୍ଟଗୁଡ଼ିକର ମଧ୍ୟ ଦରବୃଦ୍ଧି ହେବା ନେଇ ସୂଚନା ମିଳିଛି । ରାଜ୍ୟ ସରକାର ଏ ନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, କର୍ଣ୍ଣାଟକ ସରକାର ନନ୍ଦିନୀ କ୍ଷୀର ମୂଲ୍ୟରେ ୩ଟଙ୍କା ଲେଖାଏଁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଅଗଷ୍ଟ ପହିଲାରୁ ଏହି ନୂଆ ନିୟମ ଲାଗୁ କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକ ସରକାର । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ସହକାରୀ ମନ୍ତ୍ରୀ କେ.ଏନ ରାଜନ୍ନାଙ୍କ ସମେତ କର୍ଣ୍ଣାଟକ ମିଲ୍କ ଫେଡେରେସନ, ଜିଲ୍ଲା ଦୁଗ୍ଧ ସହକାରୀ ସମିତି ଏବଂ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ । ତେବେ କର୍ଣ୍ଣାଟକ ମିଲ୍କ ଫେଡେରେସନ(କେଏମଏଫ) ତରଫରୁ କ୍ଷୀର ଲିଟର ପିଛା ୫ ଟଙ୍କା ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି ହୋଇଥିଲା ।

ଦକ୍ଷିଣ ଭାରତରେ ସବୁଠୁ ଅଧିକ ବିକ୍ରି ହେଉଥିବା କ୍ଷୀର ତାଲିକାରେ ପ୍ରଥମ ସ୍ଥାନରେ ରହିଛି ନନ୍ଦିନୀ । ଅମୁଲ ଭଳି କେଏମଏଫ ଚାଷୀମାନଙ୍କ ପାଖରୁ କ୍ଷୀର ଏକତ୍ର କରି ଏହାକୁ ବିକ୍ରି କରିଥାଏ । କେଏମଏଫର ବିଭିନ୍ନ ପ୍ରଡକ୍ଟ କର୍ଣ୍ଣାଟକରେ କ୍ଷୀର ଏବଂ ଅନ୍ୟାନ୍ୟ ଡାଏରୀ ଉତ୍ପାଦ ନନ୍ଦିନୀ ନାମରେ ବିକ୍ରି କରିଥାଏ ।

Get real time updates directly on you device, subscribe now.