fbpx

Instagram Reels ଦେଖୁଥିଲେ ଯୁବକ, ନିଜ ସ୍ୱାମୀଙ୍କ ଗୁପ୍ତାଙ୍ଗ କାଟିଦେଲେ ଦ୍ୱିତୀୟ ପତ୍ନୀ

ନୂଆଦିଲ୍ଲୀ: ପତି-ପତ୍ନୀଙ୍କ ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ତାଙ୍କ ସ୍ୱାମୀଙ୍କର ଗୁପ୍ତାଙ୍ଗକୁ ବ୍ଲେଡରେ କାଟି ଦେଇଥିବା ଜାଣିବାକୁ ମିଳିଛି । ତେବେ ପତିଙ୍କର ଭୁଲ ଥିଲା ଯେ ସେ ତାଙ୍କ ମୋବାଇଲରେ ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିଲେ । ଏହି କାରଣରୁ ପତ୍ନୀ ରାଗି ଯାଇ ଏଭଳି ଏକ କାଣ୍ଡ ଘଟାଇ ଦେଇଛନ୍ତି । ଏଭଳି ଘଟଣା ବର୍ତ୍ତମାନ ସାରା ଅଞ୍ଚଳରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ସୂଚନା ଅନୁସାରେ, ଆନ୍ଧ୍ରପ୍ରଦେଶର ନନ୍ଦିଗାମା ଜିଲ୍ଲାରୁ ଏଭଳି ଏକ ଅଜବ ଘଟଣା ସାମନାକୁ ଆସିଛି । ଏଠାକାର ଜଣେ ଯୁବକ ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିବାରୁ ପତ୍ନୀ ତାଙ୍କ ପ୍ରାଇଭେଟ ପାର୍ଟ କାଟି ଦେଇଛନ୍ତି । ତେବେ ପ୍ରକୃତ ଘଟଣା ହେଉଛି, ସମ୍ପୃକ୍ତ ଯୁବକ ଜଣକ ୫ ବର୍ଷ ପୂର୍ବରୁ ପ୍ରଥମ ପତ୍ନୀଙ୍କ ପାଖରୁ ଅଲଗା ହୋଇଯାଇଥିଲେ । ଏହାପରେ ସେ ଦ୍ୱିତୀୟ ବିବାହ କରିଥିଲେ । ଦ୍ୱିତୀୟ ପତ୍ନୀଙ୍କୁ ନେଇ ସେ ଗତ ୫ ମାସରୁ ମୁପ୍ପଲା ଅଞ୍ଚଳରେ ରହୁଥିଲେ ଏହି ଯୁବକ । କିନ୍ତୁ କିଛି ଦିନ ତଳେ ଯୁବକ ପ୍ରଥମ ପତ୍ନୀଙ୍କ ଇନଷ୍ଟାଗ୍ରାମ ରିଲ୍ସ ଦେଖୁଥିବା ବେଳେ ଦେଖି ଦେଇଥିଲେ ତାଙ୍କର ଦ୍ୱିତୀୟ ପତ୍ନୀ ।

ଏହି ଘଟଣାକୁ ସେ ସହଜରେ ଗ୍ରହଣ କରିପାରିନଥିଲେ । ଏହାପରେ ହଠାତ୍ ରାଗିଯାଇ ସେ ନେଇଛନ୍ତି ଏକ ଭୟଙ୍କର ପଦକ୍ଷେପ । ଏକ ବ୍ଲେଡ ସାହାଯ୍ୟରେ ସେ ସ୍ୱାମୀଙ୍କ ଗୁପ୍ତାଙ୍ଗକୁ କାଟି ଦେଇଥିବା ଜାଣିବାକୁ ମିଳିଛି । ତେବେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.