fbpx
BJD SKY
BJD SKY

ଏଣିକି ବିନା ଭିସାରେ ବୁଲିପାରିବେ ବିଦେଶ, ଏହି ସବୁ ଦେଶକୁ ଯାତ୍ରା କରିବାକୁ ହେଲେ ଦରକାର ପଡିବନି ଭିସା

BJD

ଭାରତରୁ ଅନ୍ୟ ଦେଶ ଗୁଡିକୁ ଯାତ୍ରା କରିବାକୁ ହେଲେ ଭିସାର ଆବଶ୍ୟକ ପଡିଥାଏ । କିନ୍ତୁ ଏବେ ଭିିସାକୁ ନେଇ ଆଉ ଚିନ୍ତା କରିବାକୁ ପଡିବ ନାହିଁ । ବିଶ୍ୱ ନାଗରିକତା ଏବଂ ଆବାସିକ ପରାମର୍ଶଦାତା କମ୍ପାନୀ ହେନଲି ଆଣ୍ଡ୍ ପାର୍ଟନର୍ସ ଏକ ତାଲିକା ପ୍ରକାଶ କରିଛି । ତେବେ ଏହି ତାଲିକା ଅନୁସାରେ ୫୭ଟି ଦେଶକୁ ଭାରତୀୟମାନେ ବିନା ଭିସାରେ ଯାତ୍ରା କରିପାରିବେ । ସେହିପରି ଯଦି ପାସପୋର୍ଟ ବିଷୟରେ କୁହାଯାଏ ତେବେ କମ୍ପାନୀ ଦ୍ୱାରା କରାଯାଇଥିବା ର୍ୟାଙ୍କିଙ୍ଗରେ ଭରତୀୟ ପାସପୋର୍ଟକୁ ୮୦ତମ ସ୍ଥାନ ମିଳିଛି ।

ହେନଲି ଆଣ୍ଡ୍ ପାର୍ଟନର୍ସର ସଦ୍ୟତମ ରିପୋର୍ଟ ଅନୁସାରେ ୨୦୨୨ରେ ଭାରତୀୟ ପାସପୋର୍ଟ ୮୭ତମ ସ୍ଥାନରେ ଥିଲା ଯାହା ଏବେ ବୃଦ୍ଧି ପାଇ ୨୦୨୩ରେ ୮୦ତମ ସ୍ଥାନକୁ ଆସିଛି ।

ଏହି ୫୭ଟି ଦେଶରେ ବିନା ଭିସାରେ ପ୍ରବେଶ କରିପାରିବେ ଭାରତୀୟ-

• ଭୁଟାନ
• କାମ୍ବୋଡିଆ
• ଇଣ୍ଡୋନେସିଆ
• କାଜାଖସ୍ଥାନ
• ଲାଓସ୍
• ମାକାଓ
• ମାଳଦ୍ୱୀପ
• ମିଆଁମାର
• ନେପାଳ
• ଶ୍ରୀଲଙ୍କା
• ଥାଇଲାଣ୍ଡ
• ତିମୋର-ଲେଷ୍ଟ
• ବାରବାଡୋସ୍
• ବୋଲିଭିଆ
• ବ୍ରିଟିଶ ଭର୍ଜିନ ଦ୍ୱୀପପୁଞ୍ଜ
• ବୁରୁଣ୍ଡି
• କେପ୍ ଭର୍ଡେ ଦ୍ୱୀପପୁଞ୍ଜ
• କୁକ୍ ଦ୍ୱୀପପୁଞ୍ଜ
• କୋମୋରୋ ଦ୍ୱୀପପୁଞ୍ଜ
• ଜିବୁଟି
• ଫିଜି
• ଗାବନ୍
• ଡୋମିନିକା
• ସିଏରା ଲିଓନ
• ଗ୍ରେନାଡା
• ହାଇତି
• ଗିନି-ବିସାଉ
• ଇରାନ
• ଜାମାଇକା
• ଜୋର୍ଡାନ
• ମାଡାଗାସ୍କର
• ମାର୍ଶଲ ଦ୍ୱୀପପୁଞ୍ଜ
• ମରିସାନିଆ
• ମାଇକ୍ରୋନେସିଆ
• ମରିସସ୍
• ମୋଜାମ୍ବିକ୍
• ନିୟୁ
• ଓମାନ
• ପାଲାଉ ଦ୍ୱୀପପୁଞ୍ଜ
• କତାର
• ରୁୱାଣ୍ଡା
• ସାମୋଆ
• ସେନେଗାଲ
• ସେଚେଲସ୍
• ଟୋଗୋ
• ଟ୍ୟୁନିସିଆ
• ତୁଭାଲୁ
• ତ୍ରିନିଦାଦ ଏଣ୍ଡ ଟୋବାଗୋ
• ସୋମାଲିଆ
• ସେଣ୍ଟ୍ କିଟ୍ସ ଆଣ୍ଡ ନେଭିସ୍
• ସେଣ୍ଟ୍ ଲୁଇସ୍
• ଭିନ୍ସେଣ୍ଟ
• ତାଞ୍ଜାନିଆ
• ଭାନୁୟୁଟ୍
• ଜିମ୍ବାୱେ
• ମଣ୍ଟ୍ସେରାଟ

ହେନଲି ପାସପୋର୍ଟ ଇଣ୍ଡେକ୍ସରେ ପାଞ୍ଚ ବର୍ଷ ପରେ ପ୍ରଥମ ଥର ପାଇଁ ଜାପାନ ପ୍ରଥମ ସ୍ଥାନରୁ ଖସି ତୃତୀୟ ସ୍ଥାନରେ ଅଛି । ସେହିପରି ସିଘାଂପୁର ବର୍ତ୍ତମାନ ପ୍ରଥମ ସ୍ଥାନରେ ଅଛି । ଏହି ଦେଶର ନାଗରିକମାନେ ବିନା ଭିସାରେ ବିଶ୍ୱର ୧୯୨ଟି ଦେଶକୁ ଯାତ୍ରା କରିପାରିବେ । ସେହିପରି ଜର୍ମାନ, ଇଟାଲୀ ଓ ସ୍ପେନ ଏକକ ଭାବରେ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୧୯୦ ଦେଶକୁ ଯାତ୍ରା କରିପାରିବେ ।

ଅନ୍ୟପକ୍ଷରେ, ଯଦି ଆମେ ର୍ୟାଙ୍କିଙ୍ଗର ସବୁଠାରୁ ଦୁର୍ବଳ ପାସପୋର୍ଟ ବିଷୟରେ କହିବା ତେବେ ଆଫଗାନିସ୍ତାନର ନାମ ଶୀର୍ଷରେ ରହିଛି । ଏହାପରେ ଇରାକ ଓ ସିରିଆ ରହିଛି । ତେବେ ପାକିସ୍ତାନ ହେଉଛି ବିଶ୍ୱର ଚତୁର୍ଥ ଦେଶ,ଯାହାର ପାସପୋର୍ଟ ବହୁତ ଦୁର୍ବଳ । ଏହା ମାତ୍ର ୩୩ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବ ।

Get real time updates directly on you device, subscribe now.