fbpx

ଆଫ୍ରିକାର ବିଜୟ: ଭାରତ ହାତରୁ ମ୍ୟାଚ ଛଡାଇ ଆଣିଲେ ମିଲର-ହୁସେନ ଯୋଡି

ନୂଆଦିଲ୍ଲୀ: ଦମଦାର ଭାଗିଦାରୀ କରି ଦଳକୁ ବିଜୟ ଭେଟି ଦେଇଛନ୍ତି ସାଉଥ ଆଫ୍ରିକାର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ । ପୁଣି ଏହି ମ୍ୟାଚରେ ଦେଖିବାକୁ ମିଳିଛି କିଲର ମିଲରଙ୍କର ସେହି ପୁରୁଣା ଅନ୍ଦାଜ । ୨୧୨ ରନର ଏକ ବିଶାଳ ଟାର୍ଗେଟକୁ ଖୁବ ସହଜରେ ହାସଲ କରି ନେଇଛି ସାଉଥ ଆଫ୍ରିକା । କମଜୋର ଆରମ୍ଭ ପରେ ମଧ୍ୟ ଦଳକୁ ବିଜୟ ଭେଟି ଦେଇଛନ୍ତି ଡାଭିଡ ମିଲର ଏବଂ ରସି ଭାନ ଦୁର ହୁସେନ । ୫ଟି ବଲ ବାକି ଥାଇ ଏହି ମ୍ୟାଚକୁ କବଜା କରିଛି ଦକ୍ଷିଣ ଆଫ୍ରିକା ।

୨୧୨ ରନର ପିଛା କରି ମଇଦାନକୁ ଆସିଥିଲେ ଅଧିନାୟକ ବାଭୁମା ଏବଂ ଡିକକ୍ ଯୋଡି । କିନ୍ତୁ ମାତ୍ର ୧୦ ରନ କରି ଭୁବନେଶ୍ୱରଙ୍କ ସ୍ୱିଙ୍ଗରେ ଚିତପଟାଙ୍ଗ ହୋଇଥିଲେ ଆଫ୍ରିକାର ଅଧିନାୟକ । କିନ୍ତୁ ଡିକକ୍ ଗୋଟିଏ ପଟେ ବଡ ପାଳି ଖେଳିବା ଲକ୍ଷ୍ୟରେ ରହିଥିଲେ । କିନ୍ତୁ ଅନ୍ୟ ପଟେ ପ୍ରିଟୋରିୟସ ମଧ୍ୟ ହର୍ଷଲ ପଟେଲଙ୍କ ଚମତ୍କାର ବଲରେ କ୍ଲିନ ବୋଲ୍ଡ ହୋଇ ପାଭିଲିୟନ ପେରିଥିଲେ । ଦଳ ପାଇଁ ପିଜୟ ଟିକିଏ ଦୂର ଲାଗୁଥିବା ବେଳେ ଏଇଠି ଏଣ୍ଟ୍ରି କରିଥିଲେ କିଲର ମିଲର । ଦଳର ସ୍କୋର ଆଗକୁ ବଢୁତିବା ବେଳେ ଅକ୍ସର ପଟେଲ ଡିକକ୍ଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ପ୍ରଥମ ୩ ଜଣ ବ୍ୟାଟ୍ସମ୍ୟାନଙ୍କୁ ମାତ୍ର ୮୧ ରନରେ ହରାଇଥିଲା ସାଉଥ ଆଫ୍ରିକା । ଫଳରେ ବିଜୟ ହାତରୁ ଖସିଯିବା ଭଳି ମନେ ହେଉଥିଲା ।

News - Latest News, Breaking News, Bollywood, Sports, Business and  Political News | Times of India

କିନ୍ତୁ ମିଲର ଏବଂ ଭାନ ଦୁର ହୁସେନଙ୍କ ଦମଦାର ଯୋଡି ଦକ୍ଷିଣ ଆଫ୍ରିକାକୁ ଦେଇଛନ୍ତି ଏକ ଅବିଶ୍ୱସନୀୟ ବିଜୟ । ଦମଦାର ପାର୍ଟନରସିପ କରି ଦଳକୁ ଏକ ବିଶାଳ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି ଏହି ଦୁଇ ଘାତକ ବ୍ୟାଟ୍ସମ୍ୟାନ । ଗୋଟିଏ ପଟେ ଭାନ ଦୁର ହୁସେନ ୫ଟି ଛକା ଏବଂ ୭ଟି ଚୌକା ସହ ୪୬ ବଲରେ ୭୫ ରନ କରି ଅପରାଜିତ ଥିବା ବେଳେ ମିଲର ମଧ୍ୟ ୩୧ ବଲରୁ ୬୪ ରନର ଏକ ବିସ୍ଫୋରକ ଇନିଂସ ଖେଳିଛନ୍ତି । ମିଲରଙ୍କ ଏହି ପାଳିରେ ୫ଟି ଛକା ଏବଂ ୪ଟି ଚୌକା ସାମିଲ ରହିଛି । ଫଳରେ ୫ଟି ବଲ ବାକି ଥାଇ ଏହି ମ୍ୟାଚକୁ କବଜା କରିଛି ଦକ୍ଷିଣ ଆଫ୍ରିକା । ଏହି ମ୍ୟାଚରେ ବିଜୟ ହାସଲ କରି ସିରିଜରେ ୧-୦ରେ ଆଗୁଆ ହୋଇଛି ବାଭୂମା ସେନା ।

ତେବେ ସାଉଥ ଆଫ୍ରିକାର ବ୍ୟାଟ୍ସମ୍ୟାନଙ୍କ ଆଗରେ ଭାରତୀୟ ବୋଲର ମଧ୍ୟ ସାମାନ୍ୟ ନିରସ୍ତ୍ର ରହିଛନ୍ତି । ଆବେଶ ଖାନଙ୍କ ବ୍ୟତୀତ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି । ତେବେ ଭୁବନେଶ୍ୱର କୁମାର, ହର୍ଷଲ ପଟେଲ ଏବଂ ଅକ୍ସର ପଟେଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.