fbpx

ବନ୍ଧାହେଲେ କୋଟିପତି ନିର୍ବାହୀ ଯନ୍ତ୍ରୀ

Advertisement

ରାୟଗଡା,୨୫ ।୧୨(ଓଡିଶା ଭାସ୍କର): ଭିଜିଲାନ୍ସ ଦ୍ୱାରା ପୁଣି ଜଣେ କୋଟିପତି ନିର୍ବାହୀ ଯନ୍ତ୍ରୀ ଗିରଫ ହୋଇଛନ୍ତି । ରାୟଗଡା ଡିଭିଜନ-୨ର ଗୁଣୁପୁର ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ ହୋଇଥିବା ଜଣାପଡିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଉଦ୍ଧବ ପାଢୀ ବନ୍ଧା ହୋଇଛନ୍ତି । ଗତକାଲି ତାଙ୍କ ଘର ଓ କାର୍ଯ୍ୟାଳୟରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ପତ୍ନୀଙ୍କ ନାଁରେ ୨୧ଟି ପ୍ଲଟ ସମେତ ୨୮ଟି ପ୍ଲଟ୍ ଓ ଦେଢ କୋଟିର ସମ୍ପତ୍ତି ଠାବ ହୋଇଥିଲା । ସେହିପରି ପୁଅ ନାଁରେ ୪୫ ଲକ୍ଷର କ୍ରସର ସମେତ ୭ ଶହ ଗ୍ରାମର ସୁନା ଗହଣା ଜବତ ହୋଇଥିଲା । ଏନେଇ ଯନ୍ତ୍ରୀ ଓ ତାଙ୍କ ପତ୍ନୀଙ୍କ ନାଁରେ ମାମଲା ରୁଜୁ ହେବା ସହ ଯନ୍ତ୍ରୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.