fbpx
BSKY
BJD SHG SKY
BJD MC SKY

ଏହି ଗାଁରେ ରହିବା ପାଇଁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା! ସରକାର ରଖିଛନ୍ତି ଗୋଟିଏ ସର୍ତ୍ତ

ଓଡ଼ିଶା ଭାସ୍କର: କୌଣସି ସ୍ଥାନରେ ରହିବା ପାଇଁ ଯଦି ସେଠାକାର ସରକାର କିମ୍ବା ଅଞ୍ଚଳ ବାସୀ ଆପଣଙ୍କୁ ଟଙ୍କା ଦିଅନ୍ତି, ତେବେ ଆପଣ କ’ଣ କରିବେ? ହୁଏତ ଯେ କେହି ବି ଏଥିରେ ରାଜି ହୋଇଯିବେ । ଆପଣଙ୍କ ମନରେ ଏବେ ପ୍ରଶ୍ନ ଉଠୁଥିବ, ରହିବା ପାଇଁ କିଏ ବା କାହିଁକି ଟଙ୍କା ଦେବ? କିନ୍ତୁ ଏକଥା ସତ । ଏମିତି ଏକ ସ୍ଥାନ ରହିଛି, ଯେଉଁଠି ରହିବା ପାଇଁ ସରକାରଙ୍କ ତରଫରୁ ଟଙ୍କା ଦିଆଯାଉଛି । ସରକାରଙ୍କର ଗୋଟିଏ ମାତ୍ର ସର୍ତ୍ତକୁ ପୂରଣ କରି ପାରିଲେ ଏହି ସହରରେ ରହିପାରିବେ ଯେ କେହି ବ୍ୟକ୍ତି । ଏବଂ ତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଉପହାର ମଧ୍ୟ ପ୍ରଦାନ କରାଯିବ ।

ତେବେ ଏହି ସ୍ଥାନଟି ହେଉଛି ଜାପାନର କାୟମାନ ସହର । ଏଠାରେ ଧୀରେ ଧୀରେ ଜନବସତି କମିବାରେ ଲାଗିଛି । ତେଣୁ ଏଠାରେ ରହିବା ପାଇଁ ସରକାର ବର୍ତ୍ତମାନ ଟଙ୍କା ଦେବା ପାଇଁ ଅଫର ଦେଇଛନ୍ତି । ଫଳରେ ଏଠାରେ ପୁଣିଥରେ ଜନବସତି ଆରମ୍ଭ ହୋଇପାରିବ । ତେବେ ଯଦି ଆପଣ ‘ମୂଲା’ ପାଇଁ କ୍ୱାଲିଫାଏ କରିପାରନ୍ତି, ତେବେ ଆପଣ ମଧ୍ୟ ଏଠାରେ ରହିପାରିବେ ।

ମୂଲା କ’ଣ?

ଆପଣଙ୍କୁ ଏଥିପାଇଁ ପ୍ରାୟ ୫ ଲକ୍ଷ ୭୬ ହଜାରଟଙ୍କା ପ୍ରଦାନ କରାଯାଇପାରେ । କିନ୍ତୁ ଏଠାକାର ପ୍ରଶାସନ ଗୋଟିଏ ସର୍ତ୍ତ ରଖିଛନ୍ତି । ଏଠାରେ ରହିବାକୁ ହେଲେ ଆପଣଙ୍କୁ ନିଜ ସର୍ ନେମ୍ ପରିବର୍ତ୍ତନ କରିବାକୁ ପଡ଼ିବ । ଏଠାରେ ନିଜର ସର୍ ନେମ୍ ‘ସୁଜୁକୀ’ ରଖିବାକୁ ହେବ । ଏହାସହିତ ୧୮ ବର୍ଷରୁ କମ୍ ବୟସର ପ୍ରତ୍ୟେକ ପିଲାଙ୍କୁ ଅତିରିକ୍ତ ୧ ମିଲିୟନ ଟଙ୍କା ପ୍ରଦାନ କରାଯିବ । ତେବେ ଏହି ସୁଜୁକୀ ହେଉଛି ଜାପାନର ସାଧାରଣ ସର୍ ନେମ୍ ଭିତରୁ ଅନ୍ୟତମ । ଏହା ସୁଜୁକୀର ଜନ୍ମସ୍ଥାନ ବୋଲି ମଧ୍ୟ କୁହାଯାଏ । ତେଣୁ ସୁଜୁକୀକୁ ପ୍ରାଧାନ୍ୟ ଦିଆଯାଇଛି ।

୨୦୨୧ରେ ପୁଣିଥରେ ସ୍ୱାଧୀନତା ପାଇବା ପାଇଁ ଅଭିଯାନ ଆରମ୍ଭ କରିଥିଲା କାୟମାନ ସହର । ରିପୋର୍ଟ ଅନୁସାରେ, ଅଭିଯାନର ୨ ବର୍ଷ ପରେ ମଧ୍ୟ କୌଣସି ‘ସୁଜୁକୀ’ ବ୍ୟକ୍ତିଙ୍କୁ ଆକର୍ଷିତ କରି ପାରିଲା ନାହିଁ । ସମଗ୍ର ଜାପାନରେ, ଏଠାକାର ବାସିନ୍ଦାଙ୍କ ସଂଖ୍ୟାରେ କ୍ରମାଗତ ହ୍ରାସ ପାଇଛି । ୨୦୨୨ ମସିହାରେ, ଜାପାନ ନାଗରିକଙ୍କ ସଂଖ୍ୟା ରେକର୍ଡ ୮୦୦,୦୦୦ ଥିବା ବେଳେ ବର୍ତ୍ତମାନ ଏହା ୧୨୫.୪ ମିଲିୟନକୁ ଖସିଆସିଛି ।

Get real time updates directly on you device, subscribe now.