fbpx

ଜଙ୍ଗଲରେ ନିଃବସ୍ତ୍ର ବୁଲୁଛନ୍ତି ବଲିଉଡ୍ ଅଭିନେତା, ଫ୍ୟାନ୍ସ କହିଲେ ରଣବୀରଙ୍କ ପ୍ରଭାବ

Advertisement

ମୁମ୍ବାଇ: ୧୦ ଡିସେମ୍ବର ଅର୍ଥାତ୍ ଆଜି ବିଦ୍ୟୁତ୍ ଜାମୱାଲ ନିଜର ୪୩ ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଜନ୍ମଦିନ ଅବସରରେ ସେ ଇନଷ୍ଟାଗ୍ରାମରେ ନ୍ୟୁଡ୍ ଫଟୋଶୁଟ୍ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଫଟୋରେ ସେ ଜଙ୍ଗଲରେ ନଦୀ କୂଳରେ ବସିଥିବାର ନଜର ଆସୁଛନ୍ତି । ଏହାପରେ ସେ ନ୍ୟୁଡ୍ ହୋଇ ନଦୀ ମଧ୍ୟରେ ଯୋଗ କରୁଥିବାର ନଜର ଆସୁଛନ୍ତି ।

ଜଙ୍ଗଲ ମଧ୍ୟରେ ପ୍ରକୃତି ସହ ଏକାକାର ହେବା ପାଇଁ ସେ ସେଠାରେ କାଠ ସଂଗ୍ରହ କରି ଚୁଲୀରେ ଖାଦ୍ୟ ପ୍ରସ୍ତୁତ କରୁଥିବାର ନଜର ଆସୁଛନ୍ତି । ସେ ଫଟୋର କ୍ୟାପସନରେ ହିମାଳୟ ଲାଗି ନିଜର ଭଲ ପାଇବା ବି ପରିପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ହିମାଳୟ ଉପରେ ତାଙ୍କର ଯାତ୍ରା ୧୪ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଏହା ମୋ ଜୀବନର ଅଭିନ୍ନ ଅଙ୍ଗ ପାଲଟିଯାଇଛି । ପ୍ରତି ବର୍ଷ ମୁଁ ୭ରୁ ୧୦ ଦିନ ଏଠାରେ କାଟିବା ଲାଗି ଆସିଥାଏ । ସେ ଲେଖିଛନ୍ତି ଲଗଜୁରୀ ଲାଇଫରୁ ସମୟ ବାହାର କରି ଏଠାକୁ ଆସିବା ଓ ପ୍ରକୃତି ସହ ସମୟ ବିତାଇବା ଦ୍ୱାରା ଜୀବନର ମହତ୍ତ୍ୱ ବୁଝି ହୁଏ ।

ତେବେ କ୍ୟାପସନ ସହ ବିଦ୍ୟୁତ୍‌ଙ୍କ ନ୍ୟୁଡ୍ ଫଟୋ ଏବେ ଫ୍ୟାନ୍ସଙ୍କ ମହଲରେ ହଲଚଲ ଖେଳାଇ ଦେଇଛି । କିଛି ୟୁଜର ଲେଖିଛନ୍ତି ବିଦ୍ୟୁତ୍‌ଙ୍କ ଉପରେ ରଣବୀର ସିଂହଙ୍କ ପ୍ରଭାବ ପଡିଗଲା ବୋଧହୁଏ । ଆଉ କିଛି ୟୁଜର ଲେଖିଛନ୍ତି, ଜଙ୍ଗଲରେ ରହୁଥିବା ମୋଗଲି ତ ପତ୍ର ପିନ୍ଧୁଥିଲା । କିନ୍ତୁ ତୁମେ…! ନ୍ୟୁଡ୍ ଫଟୋଶୁଟ୍ ଲାଗି ବିଦ୍ୟୁତ୍ ଟ୍ରୋଲ ହୋଇଥିବା ବେଳେ କିଛି ଫ୍ୟାନ୍ସ ତାଙ୍କୁ ସମର୍ଥନ ବି କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି ଏହା ତ ଆମ ଇତିହାସ । ବହୁ ଫ୍ୟାନ୍ସ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ବି ଜଣାଇଛନ୍ତି ।

Get real time updates directly on you device, subscribe now.