fbpx
BSKY
BJD MC SKY
BJD YOUTH SKY

୩୦ ବର୍ଷ ଛୁଇଁବ ପୁଟିନଙ୍କ ଶାସନ ଗାଦି ! ଦୀର୍ଘତମ ଶାସକ ନେତାଙ୍କ ତାଲିକାରେ କେତେ ଜଣ ?

ବିଶ୍ୱରେ ଏମିତି ଅନେକ ଦେଶ ଅଛି ଯେଉଁଠି ଦୀର୍ଘ ସମୟ ଧରି ନେତାମାନେ ଶାସନ କରିଆସୁଛନ୍ତି । ସେମାନଙ୍କୁ ବାରମ୍ବାର ଲୋକଙ୍କ ସମର୍ଥନ ମିଳୁଛି । ସେମାନେ କିଏ ? ଆସନ୍ତୁ ଜାଣିବା:

– ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୨୦୨୪ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ବର୍ତ୍ତମାନ ତାଙ୍କୁ ୭୧ ବର୍ଷ । ଏହି ନିର୍ବାଚନରେ ବିଜୟୀ ହେଲେ ତାଙ୍କ ଶାସନ ଅବଧି ୩୦ ବର୍ଷ ଛୁଇଁବ । କହିରଖୁଛୁ ପୁଟିନ୍ ୧୯୯୪ରେ ରାଜନୈତିକ କ୍ୟାରିୟରର ଆରମ୍ଭ କରିଥିଲେ ।

– ୧୯୭୯ ମସିହାରେ ଇକ୍ୱେଟୋରିଆଲ ଗିନି(Equatorial Guinea)ର ତେଓଡ଼ୋରୋ ଓବିୟଙ୍ଗ୍ ଏନ୍ଗୁଏମା ଏମ୍ବାସୋଗୋ(Teodoro Obiang Nguema Mbasogo) ଦେଶର ଶାସନ ଭାର ହାତକୁ ନେଇଥିଲେ । ସେବେଠାରୁ ଦୀର୍ଘ ୪୪ ବର୍ଷ ଧରି ସେ ଦେଶର ଶାସନ ଭାର ସମ୍ଭାଳୁଛନ୍ତି । ତାଙ୍କୁ ୮୧ ବର୍ଷ ହେବ । ତାଙ୍କ ଶାସନ କାଳରେ ‘ଇକ୍ୱେଟୋରିଆଲ ଗିନି’କୁ ଆଫ୍ରିକାର ନର୍ଥ କୋରିଆ ମଧ୍ୟ କୁହାଯାଉଥିଲା ।

– ବିଶ୍ୱର ଦୀର୍ଘତମ ଶାସକ ନେତାଙ୍କ ତାଲିକାରେ କାମେରୁନ୍(Cameroon) ରାଷ୍ଟ୍ରପତି ପଲ୍ ବିୟା(Paul Biya) ଦ୍ୱିତୀୟ ସ୍ଥାନରେ ଅଛନ୍ତି । ୧୯୮୨ ପର ଠାରୁ ପଶ୍ଚିମ ଆଫ୍ରିକା ଦେଶ ଉପରେ ଶାସନ କରି ୭ମ ଥର ପାଇଁ ୨୦୧୮ରେ ଜିତିିଥିଲେ । ଏହା ପୂର୍ବରୁ ୧୯୭୫ରୁ୧୯୮୨ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ ।

– ରିପବ୍ଲିକ୍ ଅଫ୍ କଙ୍ଗୋ(Republic of Congo), କଙ୍ଗୋ ବ୍ରେଜାଭିଲ୍ଲେ(Congo Brazzaville) ନାଁରେ ମଧ୍ୟ ଜଣାଶୁଣା । ଏହା ଏକ ମଧ୍ୟ ଆଫ୍ରିକୀୟ ଦେଶ । ୧୯୭୯ରୁ ୧୯୯୨ ପର୍ଯ୍ୟନ୍ତ Denis Sassou Nguesso ଦେଶର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ତୁଲାଇଥିଲେ । ଏହାପରେ ୧୯୯୭ରେ ଗୃହ ଯୁଦ୍ଧ ପରେ ଫେରିଆସିଥିଲେ । ବର୍ତ୍ତମାନ ବି ସେ ଦେଶର ରାଷ୍ଟ୍ରପତି ଅଛନ୍ତି ଏବଂ ୩୯ ବର୍ଷ ଧରି ଏହି ପଦବୀରେ ରହି ଆସିଛନ୍ତି ।

– ୟୁଗାଣ୍ଡା(Uganda)ର ୟୋୱେରୀ ମୁସେୱେନୀ(Yoweri Museveni) ଦୀର୍ଘ ୩୭ ବର୍ଷରୁ ଦେଶର ରାଷ୍ଟ୍ରପତି ଅଛନ୍ତି । ୭୦ ବର୍ଷୀୟ ମୁସେୱେନୀ ବିଦ୍ରୋହ ଏବଂ ଗୃହଯୁଦ୍ଧ ସମୟରେ ଦେଶରେ ସ୍ଥିରତା ଆଣିଥିଲେ ।
– ୭୧ ବର୍ଷୀୟ ଏମୋମଲି ରହମୋନ୍(Emomali Rahmon) ଦୀର୍ଘ ୩୧ ବର୍ଷ ଧରି ତାଜିକିସ୍ତାନର ରାଷ୍ଟ୍ରପତି ପଦରେ ଅଛନ୍ତି । ଦେଶର ସଂସଦ ଉପରେ ରହମୋନଙ୍କ ପିପୁଲ୍ସ ଡେମୋକ୍ରେଟିକ ପାର୍ଟିର ନିୟନ୍ତ୍ରଣ ରହିଛି । ୧୯୯୨ରୁ ସେ ଦେଶର ମୁଖିଆ ଅଛନ୍ତି ।

– ଉତ୍ତର ପୂର୍ବ ଅଫ୍ରିକାରେ ଅବସ୍ଥିତ ୟୁଥୋପିଆର ରାଷ୍ଟ୍ରପତି ଭାବରେ ଇସାଇସ୍ ଅଫୱେର୍କି(Isais Afwerki)
୧୯୯୩ରୁ ଦାୟିତ୍ୱ ତୁଲାଉଛନ୍ତି । ୭୭ ବର୍ଷୀୟ ଅଫୱେର୍କି ଦୀର୍ଘ ୩୦ ବର୍ଷରୁ ଶାସନ କାଳରେ ଅଛନ୍ତି । ଦଶର ଏକମାତ୍ର ଆଇନଗତ ରାଜନୈତିକ ଦଳ ପିପୁଲ୍ସ ଫ୍ରଣ୍ଟ ଫର ଡେମୋକ୍ରେଟିକ୍ ଆଣ୍ଡ ଜଷ୍ଟିସର ନେତା ଭାବେ ସେ ଜଣାଶୁଣା ।

Get real time updates directly on you device, subscribe now.