fbpx
BSKY
BJD MS SKY
BJD YOUTH SKY

ଜାନୁୟାରୀରେ ମଇଦାନକୁ ଫେରିବେ ହାର୍ଦ୍ଦିକ ପାଣ୍ଡ୍ୟା? ଷ୍ଟାର ଅଲରାଉଣ୍ଡରଙ୍କୁ ନେଇ ଜୟ ଶାହଙ୍କ ବଡ଼ ଅପଡେଟ

ନୂଆଦିଲ୍ଲୀ: ୨୦୨୩ ଦିନିକିଆ ବିଶ୍ୱକପରେ ଗୋଡ଼ରେ ଆଘାତ ପାଇ ବର୍ତ୍ତମାନ ଦଳରୁ ବାଦ୍ ପଡ଼ିଛନ୍ତି ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ବାଂଳାଦେଶ ବିପକ୍ଷ ମ୍ୟାଚରେ ବଲକୁ ରୋକିବା ପାଇଁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଥିଲେ ହାର୍ଦ୍ଦିକ । ତେବେ ଏହାପରେ ସେ ଦଳରୁ ବାଦ୍ ପଡ଼ିଥିବା ବେଳେ ବର୍ତ୍ତମାନ ଚିକିତ୍ସାରତ ଅଛନ୍ତି । ତେବେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ଦଳକୁ ପୁଣି କେବେ ଫେରିବେ ସେ ନେଇ ଏକ ବଡ଼ ଅପଡେଟ ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ମହିଳା ପ୍ରିମିୟର ଲିଗର ମିନି ନିଲାମୀ ସମୟରେ ହାର୍ଦ୍ଦିକଙ୍କ କମବ୍ୟାକ ନେଇ ବିସିସିଆଇ ସଚିବ ଜୟ ଶାହ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତାମାସ(ଜାନୁୟାରୀ)ରେ ପୁଣିଥରେ ଦଳକୁ କମବ୍ୟାକ କରିପାରନ୍ତି ଭାରତର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଏହି ମାସରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରେ ହାର୍ଦ୍ଦିକ କମବ୍ୟାକ କରିବା ନେଇ ଯଥେଷ୍ଟ ସମ୍ଭାବନା ରହିଛି । ଗୋଡ଼ରେ ଆଘାତ ଯୋଗୁଁ ବର୍ତ୍ତମାନ ବାଙ୍ଗାଲୋରର ନେସନାଲ କ୍ରିକେଟ ଏକାଡେମୀରେ ଚିକିତ୍ସାଧୀନ ଅଛନ୍ତି ହାର୍ଦ୍ଦିକ । ଜୟ ଶାହ କହିଛନ୍ତି ଯେ, ହାର୍ଦ୍ଦିକଙ୍କ ଫିଟନେସ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ସେ ଏନସିଏରେ ଖୁବ ପରିଶ୍ରମ ଜାରି ରଖିଛନ୍ତି । ତେବେ ସେ ସୁସ୍ଥ ହେଲେ ଆପଣଙ୍କୁ ସୂଚନା ଦିଆଯିବ । ତେବେ ସେ ଆଫଗାନିସ୍ତାନ ବିପକ୍ଷ ସିରିଜ ପୂର୍ବରୁ ସୁସ୍ଥ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି କହିଛନ୍ତି ବିସିସିଆଇ ସଚିବ ।

ସୂଚନା ଥାଉ କି, ଆସନ୍ତା ଜାନୁଆରୀରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହେବା ପରେ ଆଫଗାନିସ୍ତାନ ଦଳ ଭାରତ ଗସ୍ତ କରିବେ। ସିରିଜର ପ୍ରଥମ ମ୍ୟାଚ୍ ୧୧ ଜାନୁଆରୀ ୨୦୨୪ ରେ ମୋହାଲିର ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସେହିପରି ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୪ ରେ ଇନ୍ଦୋରର ହୋଲକର କ୍ରିକେଟ୍ ଷ୍ଟାଡିୟମରେ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍ ଜାନୁଆରୀ ୧୭ ରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ। ତେବେ ଏହି ମ୍ୟାଚରେ ପୁଣିଥରେ କମବ୍ୟାକ କରିପାରନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

Get real time updates directly on you device, subscribe now.