fbpx

ଆଶ୍ଚର୍ଯ୍ୟ! ସେପ୍ଟେମ୍ବର 29ରୁ ଆକାଶରେ ଦେଖାଯିବ 2ଟି ଚନ୍ଦ୍ର

ନୂଆଦିଲ୍ଲୀ: ବ୍ରହ୍ମାଣ୍ଡ ବଡ ବିଚିତ୍ର । ଆକାଶରେ କେବେ କଣ ହେବ ତାହା କାହାକୁ ବି ଜଣାନଥାଏ । ତେବେ ଆକାଶରେ ପୁଣି ଏକ ଆଶ୍ଚର୍ଯ୍ୟ ଘଟଣା ଦେଖିବାକୁ ମିଳିବ । ସାଧାରଣତଃ ଆକାଶରେ ଗୋଟିଏ ଚନ୍ଦ୍ର ଦେଖାଯାଉଥିବା ବେଳେ ସେପ୍ଟେମ୍ବର 29 ତାରିଖ ପରେ ଦୁଇଟି ଚନ୍ଦ୍ର ଦେଖିବାକୁ ମିଳିବ । ତେବେ ଏହା କୌଣସି ମିଥ୍ୟା ଖବର ନୁହେଁ ବରଂ ଆମେରିକାନ ଆଷ୍ଟ୍ରୋନୋମିକାଲ ସୋସାଇଟି ପକ୍ଷରୁ ଏନେଇ ଦାବି କରାଯାଇଛି ।

ମିନି ମୁନ୍ କଣ-ତେବେ ଆକାଶାରେ ଯେତେବେଳେ ଆଉ ଏକ ଚନ୍ଦ୍ର ଦେଖାଯାଏ, ତାହାକୁ ମିନି ମୁନ୍ କୁହାଯାଏ । ଆମେରିକାନ ଆଷ୍ଟ୍ରୋନୋମିକାଲ ସୋସାଇଟି ପକ୍ଷରୁ କୁହାଯାଇଛି ଯେ, ଏକ ବିରଳ ଜ୍ୟୋତିର୍ବିଜ୍ଞାନ ଘଟଣା ହେତୁ ପୃଥିବୀରେ ଏକ ଅସ୍ଥାୟୀ ମୁନ୍ ଦେଖାଯିବ । ଏହି ମିନି ମୁନ୍ ସେପ୍ଟେମ୍ବର 29 ତାରିଖରୁ ନଭେମ୍ବର 25 ତାରିଖ ଯାଏଁ ଦେଖାଯିବ । କହିରଖୁଛୁ କି, ଏହି ଅସ୍ଥାୟୀ ମୁନ୍  ଏକ ଆଲୋକପିଣ୍ଡ । ବିଜ୍ଞାନ ଭାଷାରେ ଏହାକୁ ଏଷ୍ଟ୍ରୋଏଡ 2024 PT5 କୁହାଯାଇଥାଏ ।

ଆଷ୍ଟ୍ରୋଏଡ 2024 PT5 7କୁ ଅଗଷ୍ଟ 2024ରେ ଆବିଷ୍କୃତ କରାଯାଇଥିଲା । ଏହି ଗ୍ରହର ଆକାର 10 ମିଟର ଅଟେ । ବୈଜ୍ଞାନିକମାନେ ଆକଳନ କରିଛନ୍ତି ଯେ ଏହି ଗ୍ରହଟି ସେପ୍ଟେମ୍ବର 29 ରେ ପୃଥିବୀର ଏତେ ନିକଟତର ହେବ ଯେ ଏହାର ମାଧ୍ୟାକର୍ଷଣ ଦ୍ୱାରା ଏହା ଦେଖାଯିବ । ଏହା ପରେ ଚନ୍ଦ୍ର ପରି ପୃଥିବୀ ଚାରିପଟେ ବୁଲିବ । ବୈଜ୍ଞାନିକମାନେ କହିଛନ୍ତି ଯେ, ଏହି ଗ୍ରହ 25 ନଭେମ୍ବର 2024 ପର୍ଯ୍ୟନ୍ତ ଦେଖାଯିବ । କିନ୍ତୁ ଏହାର ଆକାର ଏତେ ବଡ ନଥିବା କାରଣରୁ ଏହାକୁ ଖାଲି ଆଖିରେ ଦେଖିପାରିବା ସମ୍ଭବ ନୁହେଁ । ଏପରିକି ଟେଲିସ୍କୋପ ସାହାଯ୍ୟରେ ମଧ୍ୟ ଦେଖିବା ସମ୍ଭବ ନୁହେଁ । ଏହାକୁ କେବଳ ଆଜଭଆନ୍ସ ଆବଜରଭେଟେରୀରେ ଦେଖାଯାଇ ପାରିବ । ତେବେ ଏହା ପ୍ରଥମ ଘଟଣା ନୁହେଁ , 44 ବର୍ଷ ପୂର୍ବେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.