fbpx

ସମସ୍ତ ସରକାରୀ କର୍ମଚାରୀଙ୍କ ମାସିକ ଦରମା ହେବ ୨୬ ହଜାର, ନିର୍ବାଚନ ପୂର୍ବରୁ କେନ୍ଦ୍ର ଓ ରାଜ୍ୟ କରିପାରନ୍ତି ଘୋଷଣା

ନୂଆଦିଲ୍ଲୀ: ଆଗକୁ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଆସୁଥିବା ବେଳେ ଭୋଟରଙ୍କୁ ନିଜ ପକ୍ଷକୁ ଟାଣିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି । କେନ୍ଦ୍ରୀୟ କର୍ମଚାରୀଙ୍କର ସର୍ବନିମ୍ନ ବେତନ ଏଣିକି ୧୮ ହଜାର ବଦଳରେ ୨୬ ହଜାର ହୋଇପାରେ । ଏନେଇ ସରକାର ପ୍ରତିନିଧିଙ୍କ ସହ ବୈଠକ କରିବା ପରେ ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଯଦି ଏହି ପ୍ରସ୍ତାବକୁ କ୍ୟାବିନେଟରେ ମଞ୍ଜୁରୀ ମିଳେ ତେବେ ବଜେଟ୍ ପୂର୍ବରୁ ଏହା ଲାଗୁ ହୋଇପାରେ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ସମୟ ଧରି କେନ୍ଦ୍ର ଓ ରାଜ୍ୟ କର୍ମଚାରୀମାନେ ଫିଟମେଣ୍ଟ ଫ୍ୟାକ୍ଟରକୁ ୨.୫୭ ପ୍ରତିଶତରୁ ୩.୬୮ ପ୍ରତିଶତକୁ ବୃଦ୍ଧି ନେଇ ଦାବି କରିଆସୁଛନ୍ତି । ତେବେ ନିକଟରେ କେନ୍ଦ୍ର ସରକାର ଫିଟମେଣ୍ଟ ପ୍ୟାକ୍ଟରକୁ ନେଇ ଆଲୋଚନା କରିପାରନ୍ତି । କ୍ୟାବିନେଟ ମଞ୍ଜୁରୀ ମିଳିବା ପରେ ଏହାକୁ ଏକ୍ସପେଣ୍ଡିଚରରେ ସାମିଲ କରାଯିବ । ଯଦି ବେତନ ୨୬ ହଜାରକୁ ବୃଦ୍ଧି ପାଇବ, ତେବେ ସେହି ଅନୁସାରେ ମହଙ୍ଗା ଭତ୍ତା ମଧ୍ୟ ବଢ଼ିଯିବ । ମହଙ୍ଗା ଭତ୍ତା ବେସିକ ସାଲାରିର ୩୧ ପ୍ରତିଶତ ହୋଇଥିବା ବେଳେ ଡିଏର ଦରକୁ ବେସିକ ପେ’ର ଦୁଇଗୁଣା କରି ହିସାବ କରାଯାଏ । ଅର୍ଥାତ ଆପଣଙ୍କର ବେସିକ ପେ’ ବୃଦ୍ଧି ପାଇଲେ ଅଟୋମେଟିକ୍ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି ପାଇବ । ତେବେ କେନ୍ଦ୍ର ସରକାର ଏହି ନୂଆ ପଦକ୍ଷେପ ନେବା ପରେ ବିଭିନ୍ନ ରାଜ୍ୟରେ ଏହି ନିୟମ ଲାଗୁ ହୋଇପାରେ ।

Get real time updates directly on you device, subscribe now.