fbpx

୨୪ କ୍ୟାରେଟ୍ ସୁନାର ଆଇସ୍ କ୍ରିମ୍ ଭିଡିଓ ଭାଇରାଲ୍, ଜାଣନ୍ତୁ କେତେ ରହିଛି ଦାମ୍; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ମଧ୍ୟ କିସମ କିସମର ଆଇସ୍ କ୍ରିମ୍ ଖାଇବାକୁ ପସନ୍ଦ ତେବେ ଆପଣ ହାଇଦ୍ରାବାଦ୍ ନିଶ୍ଚୟ ଯାଆନ୍ତୁ । ଏଠାରେ ଆପଣଙ୍କୁ ଏପରି ଆଇସ୍ କ୍ରିମ୍ ମିଳିବ ଯାହା ଆପଣ କେଉଁଠି ବି ପାଇବେ ନାହିଁ । ଖାସ୍ କଥା ହେଉଛି ଏଠାରେ ସୁନାର ଆଇସ୍ କ୍ରିମ୍ ମଧ୍ୟ ମିଳୁଛି । ତାହା ପୁଣି ୨୪ କ୍ୟାରେଟ୍ ସୁନାଖଞ୍ଜିତ ଆଇସ୍ କ୍ରିମ୍ ବୋଧହୁଏ ଏହା ଆଗରୁ ଆପଣ ଦୁନିଆର କେଉଁଠି ବି ଦେଖିନଥିବେ ।

ଜଣେ ଫୁଡ୍ ବ୍ଲଗର୍ ନିଜର ବ୍ଲଗ୍ ରେ ଏହାର ଏକ ଭିଡିଓ ସେୟାର୍ କରିଛନ୍ତି । ଯାହା ଏବେ ୟୁଜର୍ସଙ୍କୁ ଆକର୍ଷିତ କରୁଛି । ଭିଡିଓଟି ଭାଇରାଲ୍ ହେବାରେ ଲାଗିଛି । ଏହି ୨୪ କ୍ୟାରେଟ୍ ସୁନା ଲାଗିଥିବା ଆଇସ୍ କ୍ରିମ୍ ର ନାମ ହେଉଛି ମିନୀ ମିଡାସ୍ । ଏହା ହାଇଦ୍ରାବାଦ୍ ର ହୁବର୍ ଆଣ୍ଡ ହୋଲି କାଫେରେ ମିଳୁଛି । ଭିଡିଓରେ ଜଣେ ବ୍ୟକ୍ତି ଏହି ଗୋଲ୍ଡ ପ୍ଲେଟେଡ୍ ଆଇସ୍ କ୍ରିମ୍ ତିଆରି କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ କୋନରେ ଆଇସ୍ କ୍ରିମ୍ ଭରିବା ପରେ ତାଉପରେ ସୁନାର ଚାଦର୍ ଦେଉଥିବା ଦେଖିବାକୁ ମିଳିଛି । ଏହାର ଦାମ ୫୦୦ ଟଙ୍କା ରହିଛି । ଦେଖନ୍ତୁ ଭିଡିଓ….

 

View this post on Instagram

 

A post shared by JUST NAGPUR THINGS (@abhinavjeswani)

Get real time updates directly on you device, subscribe now.