fbpx

ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିବେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ । ୨ ଦିନ ଭିତରେ ଉତ୍ତର ରଖିବାକୁ ବାଚସ୍ପତିଙ୍କ ରୁଲିଂ । କାହିଁକି ସ୍କୁଲ ବନ୍ଦ ହେବ ଓ ପିଲା କୁଆଡେ ଯିବେ ବୋଲି ସେ ଉତ୍ତର ରଖିବେ । ୧୪ ହଜାର ସ୍କୁଲ ବନ୍ଦ ହେଲେ ଶିକ୍ଷକ କ’ଣ କରିବେ ବୋଲି ମନ୍ତ୍ରୀ ଉତ୍ତର ରଖିବେ ।

ତେବେ ବାଚସ୍ପତିଙ୍କ ରୁଲିଂ ପରେ ଗୃହରେ ବିଜେପି-କଂଗ୍ରେସ ସଭ୍ୟଙ୍କ ମଧ୍ୟରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ହଟ୍ଟଗୋଳ ଯୋଗୁଁ ଗୃହକୁ ୧୫ ମିନିଟ ପାଇଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

Get real time updates directly on you device, subscribe now.