fbpx

ରାଜ୍ୟରେ ବନ୍ୟାରେ ବେଶୀ କ୍ଷୟକ୍ଷତି ହୋଇନାହିଁ: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର, ୧୭ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ପ୍ରଭାବରେ ପ୍ରାୟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି । କିନ୍ତୁ ବନ୍ୟା ଯୋଗୁଁ ରାଜ୍ୟରେ ବିଶେଷ କ୍ଷୟକ୍ଷତି ହୋଇନାହିଁ ବୋଲି ପ୍ରତିକ୍ରିୟା ରଖି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ଏହାସହ ଯାହା କିଛି ବି କ୍ଷୟକ୍ଷତି ଘଟିଛି ସେନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିଲା ପରେ କେଉଁଠି କେତେ କ୍ଷୟକ୍ଷତି ହୋଇଛି ସ୍ପଷ୍ଟ ଜଣାପଡ଼ିବ ବୋଲି ସେ କହିଛନ୍ତି । ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ଗୋଦାବରୀ ନଦୀରେ ବନ୍ୟା ଆଶଙ୍କା ଅଛି ଓ ପ୍ରଶାସନକୁ ସତର୍କ କରାଯାଇଛି । ଢ଼େଙ୍କାନାଳ ଓ ମାଲକାନଗିରିର ବିଭିନ୍ନ ଅଞ୍ଚଳ ବ୍ୟାପକ ପ୍ରଭାବିତ ହୋଇଛି । ଆସନ୍ତା ୧୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି । ଏନେଇ ଆଗକୁ ଥିବା ଲଘୁଚାପ ବର୍ଷା ପାଇଁ ସଜାଗ ରହିବାକୁ କୁହାଯାଇଛି । ବଲାଙ୍ଗୀରରେ କାନ୍ଥ ପଡ଼ି ଜଣଙ୍କର ମୃତ୍ୟୁ ଓ ଜଣେ ଗୁରୁତର ହୋଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.