fbpx

ଘୁଞ୍ଚିବନି ନିଟ୍ ଓ ଜେଇଇ ପରୀକ୍ଷା : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୭ା୮: ସୁପ୍ରିମକୋର୍ଟରେ ନିଟ୍ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ନେଇ ଆବେଦନ କରାଯାଇଥିଲା । ଏହି ମାମଲାରେ ଆଜି ସୁପ୍ରିମକୋର୍ଟରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ଜଣିଆ ଖଣ୍ଡପୀଠରେ ଆବେଦନକୁ ଖାରଜ କରାଯାଇଛି । ଏହାସହ ନିଟ୍ ଓ ଜେଇଇ ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ମଞ୍ଜୁରି ମିଳିଛି । ଧାର୍ଯ୍ୟ ସମୟରେ ପରୀକ୍ଷା କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ଏହାସହ ସୁପ୍ରିମକୋର୍ଟ ପ୍ରଶ୍ନ କରି କହିଛନ୍ତି କଣ ମୂଲ୍ୟବାନ ବର୍ଷକୁ ଏମିତି ନଷ୍ଟ କରିଦେବ । କରୋନା ସତ୍ତେ୍ୱ ଛାତ୍ରଙ୍କ କ୍ୟାରିଅରକୁ ବିପଦକୁ ଠେଲି ହେବ ନାହିଁ । ଏନଟିଏର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବରୁ ସେପ୍ଟେମ୍ବରରେ ପରୀକ୍ଷା ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ।

Get real time updates directly on you device, subscribe now.