fbpx

ସାଇବର ଠକେଇକୁ ନେଇ କଡାକଡି ହେବ କଟକଣା, ଗୃହ ମନ୍ତ୍ରଣାଳୟ ଲଞ୍ଚ କଲା ‘ପ୍ରତିବିମ୍ବ’ ସପ୍ଟୱେୟାର

Advertisement

ନୂଆଦିଲ୍ଲୀ: ସାଇବର ଅପରାଧକୁ ରୋକିବା ଲାଗି ଏବଂ ସାଇବର ଠକଙ୍କ ଉପରେ ନଜର ରଖିବା ଲାଗି ଗୃହମନ୍ତ୍ରଣାଳୟ ପକ୍ଷରୁ ପ୍ରତିବିମ୍ବ ସପ୍ଟୱେୟାର ଲଞ୍ଚ କରାଯାଇଛି । ହୋମ ମିନିଷ୍ଟ୍ରୀର ସାଇବର କ୍ରାଇମ କୋର୍ଡିନେସନ ସେଣ୍ଟର ରାଜ୍ୟ ପୋଲିସ ସମହାୟତା ଲାଗି ଏହି ଖାସ ସପ୍ଟୱେୟାରକୁ ଡେଭଲପ କରିଛମ୍‌ତି । ଅଧିକାରୀମାନଙ୍କ କହିବାନୁଯାୟୀ, ଏହି ଖାସ ସପ୍ଟୱେୟାର ସହାୟତାରେ ସାଇବର ଅପରାଧୀମାନଙ୍କ ନେଟୱର୍କକୁ ବିନାଶ କରିବା ସହଜ ହୋଇପାରିବ ।

ଅଧିକାରୀମାନଙ୍କ କହିବାନୁଯାୟୀ, ପ୍ରତିବିମ୍ବ ସପ୍ଟୱେୟାର ସାରା ଦେଶରେ ସାଇବର କ୍ରାଇମରେ ପ୍ରୟୋଗ ମୋବାଇଲ ନମ୍ବରକୁ ଜିଓଲଜିକାଲ ଇନଫରମେସନ ସୁଷ୍ଟମ ମ୍ୟାପରେ ପ୍ରେଜେଣ୍ଟ ମଧ୍ୟ କରୁଛି । ତେବେ ଏହି ସପ୍ଟୱେୟାରର ବିଶେଷତା ହେଉଛି ସାଇବର କ୍ରାଇମ ଘଟଣାମାନକୁ ବା ସାଇବର ଠକେଇ ପାଇଁ ବ୍ୟବହୃତ ମୋବାଇଲ ନମ୍ବରକୁ ଏହା ଟ୍ରାକ କରିବ । ଏହିପରି ନମ୍ବରକୁ ଟ୍ରାକ୍ କରିବାକୁ, ଏହି ସଫ୍ଟୱେର୍ ଆଇନ ପ୍ରଣୟନକାରୀ ସଂସ୍ଥା ଏବଂ ସେବା ପ୍ରଦାନକାରୀ କମ୍ପାନୀ କର୍ମଚାରୀଙ୍କୁ ମ୍ୟାପ ମଧ୍ୟ ପ୍ରଦାନ କରିଥାଏ। ‘ପ୍ରତିବିମ୍ବ’ ସଫ୍ଟୱେୟାରର ଶୁଭାରମ୍ଭ ସହିତ ଗୃହ ମନ୍ତ୍ରଣାଳୟ ମଧ୍ୟ ୧୨ ଟି ସାଇବର କ୍ରାଇମ ହଟସ୍ପଟ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ରାଜ୍ୟ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦେଇଛି।

Get real time updates directly on you device, subscribe now.