fbpx

୫ ଦିନ ହେଲାଣି Kidnap ହେଲାଣି ନାବାଳିକା ଝିଅ: ଉଦ୍ଧାର ପାଇଁ କମିଶନରେଟ ପୋଲିସ ସମ୍ମୁଖରେ ମା’ର ଆକୁଳ ନିବେଦନ, Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାରରେ ଆସିଲେ ଆଉ ଉଠାଇ ନେଲେ । କଲେଜ ଯାଇଥିବା ଝିଅ ୫ ଦିନ ହେବ ଘରକୁ ଫେରିନି । ପୋଲିସ ଥାନାରେ ଏପଟ ସେପଟ ହେଇ ହେଇ ବାପା ମା ନୟାନ୍ତ ହେଲେଣି । ୫ ଦିନ ବିତିଥିଲେ ମଧ୍ୟ ପୋଲିସ ନିଦାବିଷ୍ଣୁ ସାଜିଛି । ଏଭଳି ପରସ୍ଥିତିରେ ନିଜ ଝିଅକୁ ଉଦ୍ଧାର କରିବା ପାଇଁ ଆକୁଳ ନିବେଦନ କରୁଛି ମା’ ।

ନାବାଳିକା ଝିଅଟି ଯୁକ୍ତ ଦୁଇ ପ୍ରଥମ ଶ୍ରେଣୀରେ ପଢୁଛି । ୫ ଦିନ ତଳେ କଲେଜ ଯାଇଥିବା ବେଳେ ଘରକୁ ଫେରିନଥିଲା । ସାଙ୍ଗସାଥୀଙ୍କୁ ପଚାରିବାରୁ କାରରେ ୪-୫ ଜଣ ଆସି କିଡନାପ କରି ନେଇଥିବା କହିଥିଲେ । ପରିବାର ଲୋକ ପ୍ରଥମେ ଶହୀଦ ନଗର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । ଘଟଣାଟି ଲକ୍ଷ୍ମୀସାଗର ଅଞ୍ଚଳରେ ଘଟିଥିବାରୁ ଅଭିଯୋଗ ରଖିବା ପରିବର୍ତ୍ତେ ଶହୀଦ ନଗର ଥାନା ଫେରାଇ ଦେଇଥିଲା । ଲକ୍ଷ୍ମୀସାଗର ଥାନା ଅଧିିକାରୀ ମଧ୍ୟ ସମାନ ଭାବରେ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ଏହାପରେ ମଙ୍ଗଳବାର ମା ଓ ବାପା ଡିସିପି ଉମାଶଙ୍କର ଦାସଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.