fbpx

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ମାମଲା: ୪ ମାସ ପରେ ଅଭିଯୁକ୍ତ ଜେଲ୍‌ ଗଲା

ପାଟଣାଗଡ (ଭାସ୍କର ନ୍ୟୁଜ୍‌) : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏହି ମାମଲା ରୁଜୁ ହେବାର ୪ ମାସ ପରେରେ ଲରମ୍ଭା ଥାନା କାଦୋପାଣି ଗାଁର ଅଭିଯୁକ୍ତ ବୁଦ୍ଧରାଜ କନ୍ଧପାଣି ଓରଫ ରବି (୨୦)କୁ ଗିରଫ କରି କୋର୍ଟଚାଲାଣ କରଛି । ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇଦିଆଯାଇଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ନାବାଳିକାକୁ ବୁଦ୍ଧରାଜ ବିବାହର ପ୍ରତିଶ୍ରୁତି ଦେଇ ଗତ ମାର୍ଚ୍ଚ ମାସ ୧୨ ତାରିଖ ଦିନ ଅପହରଣ କରି ନେଇଥିଲା । ଏନେଇ ନାବାଳିକାର ବାପା ପାଟଣାଗଡ଼ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ କରି ନାବାଳିକା ଓ ରବି ବେଙ୍ଗାଲୁରୁରେ ଥିବା ଜାଣି ପାରିଥିଲା । ପୋଲିସ ପରିବାର ଲୋକଙ୍କୁ ନେଇ ଗତ ୧୮ତାରିଖ ଦିନ ବେଙ୍ଗାଲୁରୁ ଯାଇ ୨୦ ତାରିଖ ଦିନ ଉଭୟଙ୍କୁ ପାଟଣାଗଡ଼ ଥାନାକୁ ଆଣିଥିଲା ବୋଲି ଏଆଇ ସଂଯୁକ୍ତା ପ୍ରଧାନ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.