fbpx

ଝିଅ ଉପରେ ବାପାର ଲୋଲୁପ ଦୃଷ୍ଟି, ପିତା ଧର୍ମ ଚୁଲିକି ଗଲା…

ଓଡ଼ିଶା ଭାସ୍କର ବ୍ୟୁରୋ: କୁହାଯାଏ ପିତା ସ୍ଵର୍ଗଠାରୁ ବି ଆହୁରି ଉଚ୍ଚ। ଅର୍ଥାତ୍‌ ପିତାଙ୍କ ସ୍ଥାନ ସର୍ବୋଚ୍ଚ। ପିତା ହିଁ ପରମ ଧର୍ମ। କିନ୍ତୁ ସେହି ପିତାଧର୍ମକୁ ଭୁଲି ସୈତାନ ଆଚରଣ କରିଛନ୍ତି ଜଣେ କାମୁକ। ଦେହ ଲୋଭର ବଶବର୍ତ୍ତୀ ବ୍ୟକ୍ତି ଜଣଙ୍କ ନିଜ ନାବାଳିକା ଝିଅ ଉପରେ ଲୋଲୁପ ଦୃଷ୍ଟି ପକାଉଥିବା ଖବର ପ୍ରଘଟ ହେବା ପରେ ସବୁଠି ବଡ଼ ଚିନ୍ତାବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ। ନିଜ ଝିଅକୁ ସୁରକ୍ଷା ଦେବା ବଦଳରେ ବାପା ହୋଇ ଝିଅର ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ସହ ପ୍ରଲୋଭିତ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏକାଦଶ ଶ୍ରେଣୀରେ ପଢୁଥିବା ଝିଅଟି କହିଛି ବାପା ବହୁ ସମୟରେ ବ୍ୟାଡ୍‌ ଟଚ୍‌ କରନ୍ତି।

ଘରେ କେହି ନଥିବାବେଳେ ଝିଅକୁ କୋଳେଇ ବ୍ୟାଡ୍‌ ଟଚ୍‌ କରିବା ଭଳି ଘଟଣା ବିହାରର ଚାପ୍ରାରେ ଘଟିଛି। ନିଜ ବାପା ନାଁରେ ଝିଅ କରିଛି ସାଂଘାତିକ ଅଭିଯୋଗ। ଆଉ ସମସ୍ତ ଘଟଣା ନିଜ ଜେଜେମା’କୁ କହିବା ପରେ ସେହି ଅଡିଓ ଭାଇରାଲ୍ ହୋଇଯାଇଛି। ଏହା ପରେ ହିଁ ସୈତାନୀ ବାପର ଗୁମର ଫିଟିଛି। ମିଳିଥିବା ସୂଚନା ଅନୁସାରେ ଝିଅଟି ଗତ ଦୁଇ ବର୍ଷ ଧରି ନିଜ ଘରେ ଭୟଭୀତ ଅବସ୍ଥାରେ ରହିଥିଲା। ଭୟରେ ବାପାଙ୍କ ବିଷୟରେ କାହାକୁ କିଛି କହିନଥିଲା। ପରେ ଜେଜେମାଙ୍କୁ ସୁଯୋଗ ଦେଖି କହିବା ପରେ ଘଟଣା ଜଣାପଡ଼ିଥିଲା ଏବଂ ଏହି ଘଟଣା ପୋଲିସ୍‌ ତଦନ୍ତ ଚାଲିଛି। ଖାଲି ସେତିକି ନୁହେଁ, ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ନିଜ ସ୍ତ୍ରୀ ସହ ଭଲ ବ୍ୟବହାର କରୁନଥିବା ଜଣାପଡ଼ିଛି। ଝିଅଟିର ଏକ ଭାଇ ଅଷ୍ଟମ ଶ୍ରେଣୀରେ ପଢୁଛି। ତେବେ ଏଭଳି ଅଭାବନୀୟ ଘଟଣାକୁ ସବୁଠି ନିନ୍ଦା କରାଯାଇଛି।

Get real time updates directly on you device, subscribe now.