fbpx

ଆସନ୍ତା ଦୁଇ ବର୍ଷ ପାଇଁ ଭାରତୀୟ ଦଳର କାର୍ଯ୍ୟସୂଚୀ; ସମୁଦାୟ ୬ ସିରିଜ ଖେଳିବ ବିରାଟ ବାହିନୀ

ଦୁବାଇ: ଆଇସିସି ପକ୍ଷରୁ ଆସନ୍ତା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍ ପଏଣ୍ଟ ବ୍ୟବସ୍ଥାରେ ପରିବର୍ତ୍ତନ ଘୋଷଣା କରାଯାଇଥିବା ବେଳେ ଆସନ୍ତା ଦୁଇ ବର୍ଷ ପାଇଁ ଭାରତର କ୍ରୀଡା ସୂଚୀ ମଧ୍ୟ ପ୍ରକାଶ କରିଛି । ୨୦୨୧-୨୩ ମଧ୍ୟରେ ଭାରତ ସମୁଦାୟ ୬ଟି ସିରିଜ ଖେଳିବ । ଏହା ମଧଧ୍ୟରୁ ୬ଟି ଘରୋଇ ଶୃଙ୍ଖଳା ଏବଂ ୩ଟି ବିଦେଶ ଗସ୍ତ ରହିବ । ଭାରତୀୟ ଦଳ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ଗସ୍ତରେ ଯିବ । ସେହିପରି ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ ଭାରତ ଗସ୍ତରେ ଆସିବେ ।

ଭାରତ-ପାକିସ୍ତାନ ଟେଷ୍ଟ ମ୍ୟାଚ ଅପେକ୍ଷାରେ ରହିଥିବା ପ୍ରଶଂସକଙ୍କୁ ପୁଣି ଥରେ ନିରାଶ ହେବାକୁ ପଡିଛି । ୯ ରାଷ୍ଟ୍ରୀୟ ଟେଷ୍ଟ ଚାମ୍ପିଅନଶିପରେ କୌଣସି ଦେଶ ୬ଟି ବିପକ୍ଷ ରାଷ୍ଟ୍ର ସହିତ ସିରିଜ୍ ଖେଳିବ । ଆସନ୍ତା ମାସର ଇଂଲଣ୍ଡ ବିପକ୍ଷ ସିରଜରୁ ଭାରତୀୟ ଦଳ ନିଜର ଅଭିଯାନ ଆରମ୍ଭ କରିବ । ଦଳ ଡିସେମ୍ବର ଆଡକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବ ଏବଂ ୨୦୨୨ରେ ବାଂଲାଦେଶ ସିରିଜ୍ ଖେଳାଯିବ ବୋଲି ଜଣାପଡିଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫି ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଖେଳାଯିବ । ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ସିରିଜ୍ ସହିତ ଶ୍ରୀଲଙ୍କା ବିପକ୍ଷରେ ମାର୍ଚ୍ଚ ୨୦୨୨ରେ ସିରିଜ୍ ଖେଳିବ ।

Get real time updates directly on you device, subscribe now.