fbpx

ଘରେ ଏକୁଟିଆ ଥିବା ଅସୁସ୍ଥ ନାବାଳିକାକୁ ତେଲ ଘଷିବା ଆଳରେ ଦୁଷ୍କର୍ମ କଲା ବୃଦ୍ଧ, ଅନ୍ତସତ୍ତ୍ୱା ପରେ କଥା ସାମ୍ନାକୁ ଆସିଲା , ଅଭିଯୁକ୍ତ ଫେରାର

ତିହିଡି (ଭାସ୍କର ନ୍ୟୁଜ୍‌): ଭଦ୍ରକ ଜିଲ୍ଲା ତିହିଡି ଥାନା କାଁପଡା ପଞ୍ଚାୟତ ଅଧିନ ମଠସାହି ଗ୍ରାମର ଜଣେ ନାବାଳିକାକୁ ଦୁଷ୍କର୍ମକରି ଅନ୍ତସତ୍ତ୍ୱା କରାଇ ବୃଦ୍ଧ ଫେରାର ହୋଇଯାଇଥିବା ଜଣାପଡିଛି । ପୋଲିସ ଏସମ୍ପର୍କରେ ୨୮୫/୨୧ ମକଦ୍ଦମା ରୁଜୁକରି ତଦନ୍ତ ଚଳାଇଛନ୍ତି ।

ଅଭିଯୋଗରୁ ପ୍ରକାଶ ଯେ, ମଠସାହି ଗ୍ରାମର ଜନୈକ ନାବାଳିକାଙ୍କ ଘରେ କେହି ନଥିବା ସମୟରେ ସେହି ଗ୍ରାମର ମାୟାଧର ଦାସ (୬୨) ନାମକ ଜଣେ ବୃଦ୍ଧ ୫ ମାସ ତଳେ ନାବାଳିକାଙ୍କ ଘରକୁ ଯାଇ ତାଙ୍କୁ ଜ୍ୱର ହେଇଛି ଗୋଡ଼ ହାତରେ ତେଲ ମାରି ଘଷି ଦେବାକୁ କହିଥିଲେ । ନାବାଳିକା ବାରମ୍ବାର ମନା କରିଥିଲେ ମଧ୍ୟ ବୃଦ୍ଧ ମାୟାଧର ତେଲ ମାରି ଘଷି ଦେବାକୁ ବାଧ୍ୟ କରିଥିଲେ । ନାବାଳିକା ବୃଦ୍ଧ ମାୟାଧରର ଗୋଡଘଷି ଦେଉଥିବା ବେଳେ ନାବାଳିକାକୁ ମାୟାଧର ଖରାପକଥା କହି ଦୁଷ୍କର୍ମ କରିସାରି ଶହେ ଟଙ୍କା ଦେଇଥିଲେ । ନାବାଳିକା ଶହେ ଟଙ୍କା ନେବାକୁ ମନା କରିବା ପରେ ଏକଥା କାହା ପାଖରେ ନକହିବାକୁ ମନା କରିଥିଲେ । ଧରାପଡିଲେ ପୁଅନାଁ କହିବୁ ବୋଲି ମାୟାଧର ନାବାଳିକାଙ୍କୁ କହିଥିଲେ । ପରେ ମାୟାଧର ଶିଖାଇ ନାବାଳିକାକୁ ୮ ଥର ଦୁଷ୍କର୍ମ କରି କାହାକୁ ନକହିବାକୁ ମନା କରିଥଲେ । ଯଦି କାହାପାଖରେ କହୁ ତାହାଲେ ନାବାଳିକା ସହ ତା ବାପା ମାଆଙ୍କୁ ହାଣି ଜୀବନରୁ ମାରିଦେବାକୁ ମାୟାଧର ଧମକ ଦେଇଥିଲେ । ଏହି ଘଟଣାର ତଦନ୍ତ କରି ନ୍ୟାୟ ଦେବାକୁ ନାବାଳିକା ଏତଲାରେ ନିବେଦନ କରିଛନ୍ତି । ଏସମ୍ପର୍କରେ ଆଇଆଇସି ତପନ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତଦନ୍ତ ପରେ ଅଭିଯୁକ୍ତ ମାୟାଧରକୁ ଖୁବଶୀଘ୍ର ଗିରଫ କରାଯିବ ।

Get real time updates directly on you device, subscribe now.