fbpx

ନାବାଳିକାକୁ ବଳପୂର୍ବକ ବିବାହ କରି ଅଡୁଆରେ ବାପା-ମାଆ, ଚାଇଲ୍ଡ ଲାଇନକୁ ଫୋନ କରି ଅଭିଯୋଗ କଲା, ମାଗିଲା ସୁରକ୍ଷା

Advertisement

ପାତ୍ରୁର (ଓଡ଼ିଶା ଭାସ୍କର): ନାବାଳିକା ଝିଅର ଅନିଚ୍ଛା ସତ୍ତେ୍ୱ ବଳପୂର୍ବକ ବିବାହ କରିଥିବା ବାପା, ମାଙ୍କୁ ମହଙ୍ଗା ପଡ଼ିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ପାତ୍ରୁର ବ୍ଲକ୍‌ ତୁମ୍ବା ପଞ୍ଚାୟତ ପୁରିଆ ସାହିରେ । ଏହି ଗ୍ରାମର ଭଗବାନ ପ୍ରଧାନ ୧୫ ବର୍ଷର ନିଜ ନାବାଳିକା ଝିଅକୁ ଗତ ୨୭ ତାରିଖରେ ତୁମ୍ବା ପଞ୍ଚାୟତ କମଳା ସାହି ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ ପୁତ୍ର ଟୁକୁନା ପ୍ରଧାନ (୧୯)ଙ୍କ ସହ ବଳପୂର୍ବକ ବିବାହ କରିଥିଲେ । ନାବାଳିକା ଜଣକ ଚାଇଲ୍ଡ ହେଲ୍ପ ଲାଇନ୍‌କୁ ଫୋନ କରି ନିଜ ବିବାହରେ ଅନିଚ୍ଛା ଥିବା ଜଣାଇଥିଲେ । ପରେ ନାବାଳିକା ଜଣକ ପାତ୍ରପୁର ଆଇ.ସି.ଡ଼ି.ଏସ. କାର୍ଯ୍ୟାଳୟ ଯାଇ ନିଜ ଥଇଥାନ ପାଇଁ ସି.ଡି.ପି.ଓଙ୍କୁ ଜଣାଇଥିଲେ ।

ସି.ଡ଼ି.ପି.ଓ ପଦ୍ମିନୀ ସାହୁ ନାବାଳିକା ଜଣକୁ ଥଇଥାନ ଓ ସୁରକ୍ଷା ପାଇଁ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିବା ସହ ନାବାଳିକାଙ୍କ ପିତା, ମାତା ଓ ଟୁକୁନା ପ୍ରଧାନ, ଗୋବିନ୍ଦ ପ୍ରଧାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜରଡ଼ା ଥାନା ଅଧିକାରୀଙ୍କୁ ଅବଗତ କରାଇଛନ୍ତି ।

Get real time updates directly on you device, subscribe now.