୧୬ ବର୍ଷର ନାବାଳିକାକୁ ମାରି, ତା’ ମୃତଦେହ ସହ ଦୁଷ୍କର୍ମ, ମନ ନଭରିବାରୁ କରିଲେ ଏମିତି..
ନାବଳିକା ଝିଅର ମୃତଦେହ ସଙ୍ଗେ ଦୁଷ୍କର୍ମ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ଛତିଶଗଡରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା ମୁତାବକ, ଏଠାରେ ଜଣେ ବ୍ୟକ୍ତି ୧୬ ବର୍ଷୀୟ ନାବାଳିକାକୁ ଘରେ ଏକୁଟିଆ ପାଇ ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରୁଥିଲେ।
ଯେତେବେଳେ ସେ ବିରୋଧ କଲେ ଅଭିଯୁକ୍ତ ତାଙ୍କୁ ହତ୍ୟା କରିଥିଲା। ତାଙ୍କର ମୃତ୍ୟୁ ପରେ ସେହି ୧୬ ବର୍ଷୀୟ ଝିଅର ଶବ ସହ ଏହି ଅଭିଯୁକ୍ତ ଦୁଷ୍କର୍ମ କରିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।
ମିଡିଆ ରିପୋର୍ଟ ମୁତାବକ, ଏକ ବନ୍ଦ କୋଠରୀରୁ ଏକ ଝିଅର ରକ୍ତ ଜୁଡୁବୁଡୁ ମୃତଦେହ ମିଳିଥିଲା। ସୂଚନା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।
ପୋଲିସ ଏହି ଅଞ୍ଚଳରେ ଅନେକ ଲୋକଙ୍କୁ ସନ୍ଦେହରେ ପଚରାଉଚରା କରିଥିଲା। ଏହାପରେ ପ୍ରମାଣ ଏବଂ ବୟାନ ଆଧାରରେ ଗାଁର ଅଭିଯୁକ୍ତ ରାଜୀବ ଘୃତଲହରେ ବୋଲି ଜଣାପଡ଼ିଥିଲା। ପୋଲିସ ଏହାକୁ ଗିରଫ କରି ପଚରାଉଚରା କରିବା ପରେ ସେ ନିଜର ଦୋଷ ସ୍ୱୀକାର କରିଛି।
ଅଭିଯୁକ୍ତ ରାଜୀବ କହିଛି ଯେ, ସେହି କିଶୋରୀଙ୍କ ବାପାଙ୍କ ଜମିକୁ ନେଇ ବିବାଦ ଚାଲିଥିଲା। ଏହି କଥା ପାଇଁ ସକାଳ ୧୧ଟାରେ ସେ ରାଗିଯାଇ କିଶୋରୀଙ୍କ ଘରକୁ ଯାଇଥିଲେ।
ସେହି ସମୟରେ କିଶୋରୀ ଜଣକ ଏକା ଥିଲେ। ତାଙ୍କ ଭାଇ ସ୍କୁଲ ଯାଇଥିଲେ। ଏହି ସୁଯୋଗର ଫାଇଦା ଉଠାଇ ସେ ନାବାଳିକଙ୍କ ସହ ଘୃଣ୍ୟ କାମ କରିବାକୁ ପଛାଇନଥିଲା।
ଏହାକୁ ବିରୋଧ କରିବାରୁ ନାବାଳିକାକୁ ହତ୍ୟା କରି ତା’ ମୃତଦେହ ସହ ଦୁଷ୍କର୍ମ କଲା ଜହ୍ଲାଦ ରାଜୀବ। ବର୍ତ୍ତମାନ ପୋଲିସ ଏହାର ଆହୁରି ତଦନ୍ତ ଚଳାଇ, ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବା ଲାଗି ଚେଷ୍ଟା ଜାରି ରଖିଛି।