fbpx

ହସ୍ପିଟାଲରେ ଆଖି ବୁଜିଲା ନାବାଳକ: ୟୁନିଟ୍-୩ରୁ ଭାସି ଯାଇ ଲକ୍ଷ୍ମୀସାଗର ପାଖ ନାଳରୁ ହୋଇଥିଲା ଉଦ୍ଧାର

Advertisement

ଭୁବନେଶ୍ୱର: ମୁକୁଳା ଡ୍ରେନରେ ଭାସି ଯାଇଥିବା ନାବାଳକକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ଅଗ୍ନିଶମ ବାହିନୀ । କିନ୍ତୁ ମେଡିକାଲରେ ଡାକ୍ତର ପିଲାଟିକୁ ମୃତ ଘୋଷଣା କରିଛନ୍ତି । ଡ୍ରେନରେ ଭାସିଯାଇଥିବା ପିଲାଟି ଲକ୍ଷ୍ମୀସାଗର ପାଖ ନାଳରୁ ଉଦ୍ଧାର ହୋଇଥିବା ବେଳେ ତାକୁ ମୃତ ବୋଲି ଘୋଷଣା କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ଡାକ୍ତର । ୟୁନିଟ-୩ ମସଜିଦ କଲୋନୀ ପାଖରେ ଏକ ମୁକୁଳା ଡ୍ରେନରେ ଭାସି ଯାଇଥିଲା ଏହି ନାବାଳକ । ଅନେକ ସମୟ ଖୋଜାଖୋଜି ପରେ ନାବାଳକକୁ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।

ସୂଚନା ଅନୁସାରେ, ରାଜଧାନୀ ଭୁବନେଶ୍ୱରରେ ଆଜି ପ୍ରବଳ ବର୍ଷା ଯୋଗୁଁ ରାଜଧାନୀର ୟୁନିଟ୍-୩ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ବର୍ଷା ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲା ଏହି ନାବାଳକ । ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପଡ଼ି ପିଲଟି ଭାସି ଯାଇଥିବା ଜାଣିବାକୁ ମିଳିଛି । ୟୁନିଟ-୩ର ମସଜିଦ କଲୋନୀ ପାଖ ଡ୍ରେନରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ପାଣିରେ ଏକ ବେଲୁନ ଭାସୁଥିବାର ଦେଖି ଏହାକୁ ଧରିବା ପାଇଁ ଚେଷ୍ଟା କରୁଥିଲା ଏହି ନାବାଳକ । କିନ୍ତୁ ବେଲୁନ ଧରିବା ସମୟରେ ପାଦ ଖସିଯିବାରୁ ମୁକଳା ଡ୍ରେନରେ ସେ ଖସି ପଡ଼ିଥିଲା । ଏହାପରେ ବର୍ଷାପାଣିର ପ୍ରଖର ସ୍ରୋତରେ ଭାସିଯାଇ ପ୍ରାଣ ହରାଇଛି ୮ ବର୍ଷର ନାବାଳକ ।

Get real time updates directly on you device, subscribe now.