fbpx
BSKY
BJD MC SKY
BJD YOUTH SKY

ସ୍ୱର୍ଣ୍ଣ ଜିତିଲେ ମିରବାଇ ଚାନୁ, ଭାରୋତ୍ତୋଳନରେ ଭାରତକୁ ୪ ପଦକ

ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ ରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ପାଇଛି। ମହିଳା ଭାରୋତ୍ତୋଳନ ୪୯ କିଲୋଗ୍ରାମ ବର୍ଗରେ ମିରବାଇ ଚାନୁ ଭାରତ ପାଇଁ ଏହି ପଦକ ଜିତିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡାର ଦ୍ଵିତୀୟ ଦିବସ ଶନିବାର ଭାରତ୍ତୋଳିକା ମୀରାବାଈ ଚାନୁ ଜିତିଛନ୍ତି ସ୍ବର୍ଣ୍ଣ ପଦକ । ସମୁଦାୟ ୨୦୧ କିଗ୍ରାର ଭାରୋତ୍ତଳନ ସହିତ ଏହି ପଦକ ହାସଲ କରିଛନ୍ତି । ୪୯ କିଗ୍ରା ବର୍ଗରେ ପ୍ରତିଦ୍ବିତା କରିଥିବା ଚାନୁ ରେକର୍ଡ ସହିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନିଜର ତୃତୀୟ ପଦକ ଜିତିଛନ୍ତି । ଏହା ପୂର୍ବରୁ ୨୦୧୪ରେ ରୌପ୍ୟ ଓ ୨୦୧୮ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଅଲିମ୍ପିକ୍ସ ରୌପ୍ୟ ବିଜୟିନୀ ଚାନୁ ସ୍ନାଚରେ ପ୍ରଥମ ପ୍ରୟାସରେ ୮୪ କିଗ୍ରା ଓଜନ ଉଠାଇଥିଲେ । ଦ୍ୱିତୀୟ ପ୍ରୟାସରେ ୮୮ କିଗ୍ରା ଓଜନ ଉଠାଇବା ସହିତ ରେକର୍ଡ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, ‘ଅସାଧାରଣ ମିରବାଇ ଚାନୁ ଭାରତକୁ ପୁଣି ଗର୍ବିତ କଲେ। ବର୍ମିଂହାମ ଗେମ୍ସରେ ସେ ସ୍ୱର୍ଣ୍ଣ ପଦକ ଜିତି ଏକ ନୂତନ କମନୱେଲଥ ରେକର୍ଡ ସ୍ଥାପନ କରିଥିବାରୁ ପ୍ରତ୍ୟେକ ଭାରତୀୟ ଖୁସି ଅଛନ୍ତି। ତାଙ୍କର ଏହି ସଫଳତା ଅନେକ ଭାରତୀୟଙ୍କୁ ବିଶେଷ କରି ନୂତନ ଆଥଲେଟ୍ମାନଙ୍କୁ ପ୍ରେରଣା ଦେବ।

ସମାନ ଢଙ୍ଗରେ କ୍ଲିନ୍‌ ଆଣ୍ଡ ଜାର୍କ ୧୧୩ ଜିଲ୍ଲା ଓଜନ ଉଠାଇଥିଲେ ଚାନୁ। ମରିସସ୍‌ର ମାରି ହାନିଦ୍ରା ରୋଇଲା ରାନିଗୋସୋଆ ( ୧୭୨ କିମ୍ବା ) ଓ କାନାଡାର ହାନ୍ତା କାମିନ ( ୧୭୧ ବିଗ୍ରା ) ଓଜନ ଉଠାଇବା ସହିତ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶନିବାର ଭାରତ ଭାରତ୍ତୋଳନରୁ ଦୁଇଟି ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିଥିଲେ।ସଙ୍କେଟ୍ ସରଗର ୫୫ ଜିଲ୍ଲା ବର୍ଗରେ ରୌପ୍ୟ,୫୫ କିଲୋଗ୍ରାମ ବର୍ଗରେ ଚମତ୍କାର ପ୍ରଦର୍ଶନ କରି ବିନ୍ଦାରାଣୀ ଦେବୀ ରୌପ୍ୟ ପଦକ ଜିତିଥିଲେ, ଗୁଜୁରାଜ ପୂଜାରୀ ୬୧ ଜିଲ୍ଲା ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

Get real time updates directly on you device, subscribe now.