fbpx
BSKY
BJD MC SKY
BJD YOUTH SKY

ଇଡି ସ୍କାନରରେ ଆଉ ଜଣେ ତୃଣମୂଳ ବିଧାୟକ, ଖୁବ୍‌ଶୀଘ୍ର ହୋଇପାରେ ଆକ୍ସନ୍

ନୂଆଦିଲ୍ଲୀ: କୋଲକାତା ଭିତ୍ତିକ ଦୁଇଟି ଚ୍ୟାନେଲ ଓ ନିଜ ଖାଇବା ତେଲ କମ୍ପାନୀ ମଧ୍ୟରେ ବିବାଦୀୟ ଆର୍ଥିକ କାରବାରକୁ ନେଇ ତୃଣମୂଳ କଂଗ୍ରେସ ବିଧାୟକଙ୍କ କମ୍ପାନୀକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ରୁ ନୋଟିସ ଜାରି ହୋଇଛି । ନିଲମ୍ବିତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହାୟକ ଅର୍ପିତାଙ୍କ ଘରୁ ଉଦ୍ଧାର ହୋଇଥିବା ୫୦ କୋଟି ଟଙ୍କା ଓ ପୁଳାପୁଳା ସୁନା ଜବତ ପରେ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଥିବା ସ୍ପଷ୍ଟ ହୋଇଯାଇଛି । ତେଲ କମ୍ପାନୀ ମାଲିକ ବିଧାୟକ କୃଷ୍ଣ କଲ୍ୟାଣୀଙ୍କୁ ଯେକୌଣସି ସମୟରେ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ପକ୍ଷରୁ ଜେରା ପାଇଁ ଡକାଯିବ ବୋଲି ସମ୍ଭାବନା ରହିଛି ।

ଶ୍ରୀ କଲ୍ୟାଣୀ ପୂର୍ବରୁ ବିଜେପିରେ ଥିଲେ । ୨୦୦୨ରେ ପ୍ରତିଷ୍ଠିତ ହୋଇଥିବା ଖାଦ୍ୟ ଉତ୍ପାଦନକାରୀ ସଂସ୍ଥା କଲ୍ୟାଣୀ ସୋଲଭେକ୍ସ ପିଭି ଲିମିଟେଡର ମାଲିକ ଶ୍ରୀ କଲ୍ୟାଣୀ ୨୦୨୧ ବିଧାନସଭା ନିର୍ବାଚନରେ ବିଜେପି ଟିକେଟ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ, କିନ୍ତୁ ବିଧାନସଭାରୁ ଇସ୍ତଫା ନ ଦେଇ ତୃଣମୂଳ କଂଗ୍ରେସକୁ ଯାଇଥିଲେ । ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ସୂତ୍ରରୁ ପ୍ରକାଶ ଯେ କୋଲକାତା ଭିତ୍ତିକ ଦୁଇଟି ଚ୍ୟାନେଲ ସହିତ ବିଧାୟକଙ୍କ କମ୍ପାନୀର ଆର୍ଥିକ କାରବାର ଅର୍ଥ ହେରଫେର ଅଭିଯୋଗ ସ୍କାନରରେ ରହିଛି ।

Get real time updates directly on you device, subscribe now.