fbpx
BJD SKY
BJD SKY

ମୁମ୍ବାଇର ପ୍ଲେ ଅଫ୍ ଆଶା ଉଜ୍ଜୀବିତ; ବିଦା ହେଲା ରୟାଲ୍ସ

BJD

ନୂଆଦିଲ୍ଳୀ: ଆଇପିଏଲର ୫୧ ତମ ମ୍ୟାଚରେ ବିଜୟୀ ହେବା ସହିତ ପ୍ଲେ ଅଫ୍ ଆଶା ଉଜ୍ଜୀବିତ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ମାତ୍ର ୯୧ ରନ ଲକ୍ଷ୍ୟର ପିଛା କରୁଥିବା ମୁମ୍ବାଇ ମାତ୍ର ୮.୨ ଓଭରରେ ୨ ୱିକେଟ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଇଶାନ୍ କିଶନ ଚମକ୍ରାର ଅର୍ଦ୍ଧଶତକ ହାସଲ କରିବା ସହିତ ମୁମ୍ବାଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୧୩ ବଲରୁ ୨୨ ରନ ସଂଗ୍ରହ କରିଥିଲେ । ଇଶାନ୍ କିଶନ ୨୫ ବଲ ଖେଳି ୫ ଚୌକା ଓ ୩ ଛକା ଜରିଆରେ ୫୦ ରନ ସଂଗ୍ରହ କରିଥିଲେ ।

ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପକ୍ଷରୁ ଦୁଇ ଓପ୍ନର ବଢିଆ ଆରମ୍ଭ କରିଥିଲେ । ଟପ ସ୍କୋରର ଏଭିନ ଲୁଇସ(୨୪) ଏବଂ ଯଶସ୍ୱୀ ଜୟସ୍ୱାଲ(୧୨)ଙ୍କ ମଧ୍ୟରେ ପ୍ରଥମ ୱିକେଟରେ ୨୭ ରନର ଭାଗିଦାରୀ ହୋଇଥିଲା । ଏହାପରେ ନିଶାମ ଓ କୁଲ୍ଟର ନାଇଲ ରାଜସ୍ଥାନ ବ୍ୟାଟିଂ ଲାଇନଅପକୁ ତାସ ପତା ଭଳି ଭୁଷୁଡାଇ ଦେଇଥିଲେ । ଶେଷ ଆଡକୁ ଡେଭିଡ ମିଲର(୧୫) ରାହୁଲ ଟେୱଟିୟା(୧୨)ଙ୍କ ଇନିଂସ ବଳରେ ଦଳ ୯୦ ରନରେ ପହଞ୍ଚିଥିଲା । ମୁମ୍ବାଇ ବୋଲରଙ୍କ ମଧ୍ୟରେ ନାଥାନ କୁଲ୍ଟର ନାଇଲ ମାତ୍ର ୧୪ ରନ ବ୍ୟୟରେ ୪ ୱିକେଟ ନେଇଥିଲେ । ଜେମସ ନିଶାମ ୧୨ ରନରେ ୩ଟି ୱିକେଟ ନେଇଥିଲେ । ଜସପ୍ରୀତ ବୁମରା ଦୁଇଟି ୱିକେଟୁ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.