fbpx

ଛି.. ଲଜ୍ଜା! ଶେଷରେ ଗୋ’ମାତାଙ୍କୁ ବି ଛାଡ଼ିଲେନି: ଗର୍ଭବତୀ ଗାଈ ସହ କଲେ ଦୁଷ୍କର୍ମ

ପଶ୍ଚିମବଙ୍ଗରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ମାନବିକତାର ମୁହଁ ତଳକୁ କରିଦେଇଛି । ବୁଧବାର ଜଣେ ୨୯ ବର୍ଷୀୟ ଯୁବକଙ୍କୁ ଗର୍ଭବତୀ ଗାଈ ସହ ବଳାକ୍ରାର କରିବା ଅଭିଯୋଗରେ ଗିରଫ କରାଯାଇଛି । ଘଟଣା ଦକ୍ଷିଣ ୨୪ ପରଗଣା ଜିଲ୍ଲାର ନାମଖାନାର ଉତ୍ତର ଚନ୍ଦନପିଡୀ ଅଞ୍ଚଳର । ଗର୍ଭବତୀ ଗାଈର ମାଲିକ ମାମଲା ରୁଜୁ କରିବା ପରେ ଅଭିଯୁକ୍ତ ପ୍ରଦ୍ୟୁତ ଭୁଇୟାକୁ ଗିରଫ କରାଯାଇଛି ।

ସ୍ଥାନୀୟ ପୋଲିସ ଅନୂଯାୟୀ, ଉତ୍ତର ଚନ୍ଦନପିଡୀରେ ରହୁଥିବା ଆରତୀ ଭୁଇୟା ଏବଂ ତାଙ୍କ ପରିବାର ଅଭିଯୋଗ କରିଥିଲେ ଯେ ତାଙ୍କ ପଡ଼ୋଶୀ ପ୍ରଦ୍ୟୁତ୍ ତାଙ୍କ ଘର ପଛରେ ଗୋଶାଳାରେ ପସିଥିଲେ ଏବଂ ତାଙ୍କର ଏକ ଗାଈ ସହ “ବର୍ବରତାପୂର୍ବକ ବଳାକ୍ରାର’ କରିଥିଲେ । ଅଭିଯୋଗକର୍ତ୍ତା କହିଛନ୍ତି “ପ୍ରାୟ ଅଧାରାତିରେ ବଳାକ୍ରାର ପରେ ଅତ୍ୟଧିକ ରକ୍ତସ୍ରାବ ହେବା କାରଣରୁ ଗାଈର ମୃତ୍ୟୁ ହୋଇଛି ।’

ତେବେ ଅଭିଯୁକ୍ତ ପ୍ରଦ୍ୟୁତଙ୍କ ବିରୋଧରେ ଆଇପିସି ଆକ୍ଟ ୩୭୭ ଅନୂଯାୟୀ ମାମଲା ରୁଜୁ କରାଯାଇଛି । ଏହାପରେ ମଙ୍ଗଳବାର କୋର୍ଟରେ ହାଜର କରାଯାଇଥିଲା । ଯାହାପରେ ତାକୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ଏହି ଅଭିଯୁକ୍ତ ନାଁରେ ପୂର୍ବରୁ ଛେଳି, ବାହନ ଏବଂ ପରିବା ଚୋରି କରିବା ନେଇ ଅଭିଯୋଗ ମଧ୍ୟ ରହିଛି । ତେବେ ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ପାଲଟିଛି ।

 

Get real time updates directly on you device, subscribe now.