ନୂଆଦିଲ୍ଲୀ: ନିଜର ଟିକିଏ ଖୁସି ପାଇଁ ହିତାହିତ ଜ୍ଞାନ ହରାଉଛନ୍ତି ଯୁବକ । ବର୍ବରତାର ସୀମା ଟପୁଛନ୍ତି । ନିଜର କେଇ ସମୟର ଖୁସି ପାଇଁ ଅନ୍ୟ ଲୋକଙ୍କୁ ବିପଦରେ ପକାଉଛନ୍ତି । କିଛି ଅମାନୁଷିକ ବ୍ୟକ୍ତି କୁକର ଲାଞ୍ଜରେ କୁମ୍ପି ବାଣ ଲଗାଇ ସେଥିରେ ନିଆଁ ଲଗାଇଦେଇଥିଲେ । ଏହାପରେ କୁକୁରକୁ ଛାଡି ଲୋକେ ଦୌଡି ପଳାଇ ଯାଇଥିଲେ । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ଏହାକୁ ନିନ୍ଦା କରିଛନ୍ତି । ଏହି ଭିଡିଓକୁ ଦେଖିଲେ ମନରେ ଅନେକ କଥା ସାମ୍ନାକୁ ଆସୁଛି । ମଣିଷ ବି ଏଭଳି ହୋଇପାରେ, ମରିଯାଇଛି ମଣିଷ ପଣିଆ, ମଣିଷ ପଶୁଠାରୁ ଭଲ ବୋଲି ଭିଡିଓ ଦେଖିଲେ ମନକୁ ଆସୁଛି ।
ଭିଡିଓରେ ଦେଖାଯାଇଛି ଯେ, ଜଣେ ବ୍ୟକ୍ତି କୁକୁରର ମୁହଁକୁ ଧରିଥିବା ବେଳେ ଅନ୍ୟଜଣେ କୁକୁରର ଲାଞ୍ଜରେ ବାଣ ବାନ୍ଧୁଛନ୍ତି । ଏହାପରେ ବାଣ ନିଆଁ ଲଗାଇ ଦେଇଥିବା ବେଳେ ସେଥିରୁ ଧୂଆଁ ବାହାରୁଥିବା ଦେଖାଯାଇଛି । ଏହାପରେ ସେମାନେ କୁକୁରକୁ ଛାଡି ଦୌଡି ପଳାଉଛନ୍ତି । ତେବେ କୁକୁରଟି ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରାଣ ବିକଳରେ ଦୌଡି ପଳାଉଛି । ତେବେ କୁକୁରଟିର ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ଖବର ସାମ୍ନାକୁ ଆସିନାହିଁ । ସେହିପରି ଏହି ଭିଡିଓ କେଉଁଠିର ସେନେଇ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ମିଳିଥିବା ବେଳେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଛି ଏହି ଭିଡିଓ ।
ऐसे Hहरामियों पर सख्त से सख्त कार्रवाई की जाए
इस बेजुबान प्राणी ने इस hहारामी का क्या बिगाड़ा था ??अगर इसके भी पिछवाड़े में ऐसे ही बम लगा दिया जाए तो उसको तब पता चलेगा उसका दर्द
अगर यह म****** कहीं पर भी मिले इसे पुलिस के हवाले करो !!
RT करो तब तक …जब तक यह पकड़ा ना जाए 🙏 pic.twitter.com/wDW9j1Jnz4— Adv Jony Ambedkarwadi 🇮🇳 (@TheJonyVerma) October 30, 2024