fbpx

ମିସ୍ ମେକ୍ସିକୋ ଏଣ୍ଡ୍ରିଆ ମେଜା ହେଲେ ମିସ୍ ୟୁନିଭର୍ସ -୨୦୨୦, ୪ର୍ଥ ନମ୍ବରରେ ରହିଛନ୍ତି ଭାରତୀୟ ମଡେଲ୍ ଏଡଲିନ୍ କାଷ୍ଟେଲିନ୍

ନୂଆଦିଲ୍ଲୀ, ୧୭/୦୫(ଓଡିଶା ଭାସ୍କର): ମିସ୍ ମେକ୍ସିକୋ ଏଣ୍ଡ୍ରିଆ ମେଜା ୬୯ ତମ ଅନ୍ତର୍ଜାତୀୟ ପ୍ରତିଯୋଗିତା ମିସ୍ ୟୁନିଭର୍ସ -୨୦୨୦ର ବିଜେତା ହୋଇଛନ୍ତି । ବ୍ରାଜିଲର ଜୁଲିୟା ଗାମାଙ୍କୁ ପଛରେ ପକାଇ ସେ ଏହି ମୁକୁଟ କୁ ନିଜ ନାମରେ କରିଛନ୍ତି । ଅନ୍ୟପଟେ ଭାରତରୁ ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୨ ବର୍ଷୀୟ ଏଡଲିନ୍ କାଷ୍ଟେଲିନ୍ ପ୍ରତିଯୋଗିତାରେ ୪ମ ସ୍ଥାନରେ ରହିଛନ୍ତି । ତେବେ ପୂର୍ବତନ ମିସ୍ ୟୁନିଭର୍ସ ଜୋଜିବିନି ତୁଞ୍ଜି ଏଣ୍ଡ୍ରିଆଙ୍କୁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି । ଏହି ସମାରୋହର ଗ୍ରାଣ୍ଡ ଫିନାଲେ ଫ୍ଲୋରିଡାର ସୋମିନୋଲ ହାର୍ଡ ରକ୍ ହୋଟେଲ ଆଣ୍ଡ କ୍ୟାସିନୋରେ ଆୟୋଜିତ ହୋଇଥିଲା ।

ଭାରତରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଏଡଲିନ୍ କାଷ୍ଟେଲିନ୍ ହେଉଛନ୍ତି ଲିଭା ମିସ୍ ଦିଭା ୟୁନିଭର୍ସ-୨୦୨୦ । ସେ ଭାରତ ପକ୍ଷରୁ ଏହି ମିସ୍ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେ କୁଏତ୍ ବାସିନ୍ଦା ।

ମିସ୍ ୟୁନିଭର୍ସ ପ୍ରତିଯୋଗିତାର ଏଣ୍ଡ୍ରିଆଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଯଦି ଆପଣ ଦେଶର ନେତା ହୋଇଥାନ୍ତେ, ତେବେ କରୋନା ଭୂତାଣୁ ମହାମାରୀର କିପରି ମୁକାବିଲା କରିଥାନ୍ତେ ? ଏହାର ଉତ୍ତରରେ ଏଣ୍ଡ୍ରିଆ କହିଥିଲେ ଯେ, ଏଭଳି କଠିନ ପରିସ୍ଥିତିକୁ ସମ୍ଭାଳିବା ଲାଗି କୌଣସି ସଠିକ୍ ପଦ୍ଧତି ନାହିଁ । ମାତ୍ର ସ୍ଥିତି ବିଗିଡ଼ିବା ପୂର୍ବରୁ ତାଲାବନ୍ଦ ଲାଗୁ କରାଯାଇଥିଲେ, ଏତେ ଜୀବନହାନି ହୋଇ ନ ଥାନ୍ତା । ଲୋକଙ୍କ ଜୀବନ ଏପରି ନଷ୍ଟ ହେବା ଦେଖିପାରିବୁ ନାହିଁ । ସେଥିଲାଗି ପ୍ରାରମ୍ଭିକ ପର୍ୟ୍ୟାୟରୁ ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ କରିଥାନ୍ତି ବୋଲି ଏଣ୍ଡ୍ରିଆ ଜବାବ ଦେଇଥିଲେ ।

Get real time updates directly on you device, subscribe now.