fbpx

News across the Earth, news close to your heart, Read Odisha Bhaskar English

2023 Miss Universe: ଶେନିସ୍ ପାଲାସିଓସ୍ ପିନ୍ଧିଲେ ବିଜେତା ମୁକୁଟ, ହେଲେ ଭାବବିହ୍ୱଳ

ନୂଆଦିଲ୍ଲୀ: ନିକାରାଗୁଆର ଶେନିସ୍ ପାଲାସିଓସ୍ ଚଳିତ ବର୍ଷ ମିସ୍ ୟୁନିଭର୍ସ ମୁକୁଟ ଜିତିଛନ୍ତି। ତେବେ ତାଙ୍କ ଦେଶର ପ୍ରଥମ ମିସ ୟୁନିଭର୍ସ ବିଜେତା ଭାବେ ଶେନିସ୍ ଇତିହାସ ସୃଷ୍ଟି କରିଛନ୍ତି । ନଭେମ୍ବର ୧୯ ତାରିଖରେ ଏଲ ସାଲଭାଡରରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ୨୩ ବର୍ଷୀୟ ଶେନିସ୍ ୨୦୨୨ ମିସ୍ ୟୁନିଭର୍ସ ବିଜେତା ଆର. ବୋନୀ ଗ୍ରାବ୍ରିଏଲଙ୍କ ଦ୍ୱାରା ମୁକୁଟ ପିନ୍ଧିଥିଲେ ।

ତେବେ ଅଷ୍ଟ୍ରେଲିଆର ମୋରେୟା ୱିଲସନ ଦ୍ୱିତୀୟ ରନର୍ ଅପ୍ ହୋଇଥିବାବେଳେ ଥାଇଲ୍ୟାଣ୍ଡର ଆନ୍ଥୋନିଆ ପୋର୍ସିଲ୍ଡ ମିସ ଯୁନିଭର୍ସ ପ୍ରତିଯୋଗିତାରେ ପ୍ରଥମ ରନର୍ ଅପ୍ ହୋଇଥିଲେ।

୨୦୦୦ ରେ ଜନ୍ମଗ୍ରହଣ କରିଥିବା ଶେନିସ୍ ଜନ ଯୋଗାଯୋଗରେ ଡିଗ୍ରୀ ହାସଲ କରିଛନ୍ତି । ଏଥି ସହ ଖେଳରେ ରୁଚି ରଖୁଥିବା ଶେନିସ୍ ତାଙ୍କ ବିଶ୍ୱବିଦ୍ୟାଳୟ ପାଇଁ ଭର୍ସିଟି ଭଲିବଲ୍ ମଧ୍ୟ ଖେଳିଛନ୍ତି ।

ତେବେ ସେ ୨୦୧୬ ରେ ସେ ଗ୍ଲାମର ଦୁନିଆରେ ପାଦ ରଖିଥିଲେ । ସେ ୨୦୧୬ରେ ମିସ୍ ଟିନ୍ ନିକାରାଗୁଆ ଟାଇଟଲ୍ ଜିତିବା ସହ ୨୦୨୦ରେ ମିସ୍ ୱାର୍ଲ୍ଡ ନିକାରାଗୁଆ ମଧ୍ୟ ଜିତିଥିଲେ । ଏଥି ସହିତ ୨୦୨୨ ମସିହାରେ ପୁଏର୍ତୋ ରିକୋର ସାନ ଜୁଆନରେ ଆୟୋଜିତ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାରେ ନିଜ ଦେଶର ପ୍ରତିନିଧିତ୍ୱ କରିଥିଲେ। ସେ ଶ୍ରେଷ୍ଠ ୪୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଥିଲେ।

Get real time updates directly on you device, subscribe now.