fbpx
BJD SKY
BJD SKY

ମାଡି ଆସୁଛି ବାତ୍ୟା ନିସର୍ଗ

BJD

ନୂଆଦିଲ୍ଲୀ,୨/୬:ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଗତକାଲି ଅବପାତର ରୂପ ନେଇଥିଲା । ଆଜି ଗୁଜରାଟ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ନିସର୍ଗ । ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଗୁଜରାଟ ଓ ମହାରାଷ୍ଟ୍ରରେ ଏନଡିଆରଏଫ ମୁତୟନ କରାଯାଇଛି। ଜୁନ ୩ରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ମାଡ଼ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Get real time updates directly on you device, subscribe now.