fbpx

ସିଆରପିଏଫ୍ କ୍ୟାଣ୍ଟିନରୁ ହଟିଲା ୧୦୦୦ରୁ ଅଧିକ ବିଦେଶୀ ସାମଗ୍ରୀ

କରୋନା ସଙ୍କଟ ଯୋଗୁଁ ଦେଶର ଅର୍ଥନୀତି ବିଗିଡି ଯାଇଛି । ଏଥିରେ ସୁଧାର ପାଇଁ ସ୍ୱଦେଶୀ ଉତ୍ପାଦନକୁ ବ୍ୟବହାର କରିବାରେ ସରକାର ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ସିଆରପିଏଫ୍ କ୍ୟାଣ୍ଟିନରୁ ୧୦୦୦ରୁ ଅଧିକ ବିଦେଶୀ ମାଲକୁ ହଟାଯାଇଛି । ସେନା କ୍ୟାଣ୍ଟିନରେ କେବଳ ସ୍ୱଦେଶୀ ସାମଗ୍ରୀ ବିକ୍ରୟ ପାଇଁ ନିଷ୍ପତ୍ତି ନିଆଯାଇଛି । ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହେବା ପରେ କେନ୍ଦ୍ରୀୟ ପୋଲିସ କଲ୍ୟାଣ ଭଣ୍ଡାର ବା KPKBରେ ମାଇକ୍ରୋଓ୍ବେଭ୍ ଓଭାନରୁ ଆରମ୍ଭ କରି ବ୍ରାଣ୍ଡେଡ୍ ଫୁଟଓ୍ବେର ଉତ୍ପାଦ ତଥା ଟି-ଶର୍ଟକୁ ତାଲିକାରୁ ହଟାଇ ଦିଆଯାଇଛି । KPKB ଦ୍ୱାରା ସ୍ୱଦେଶୀ ସାମଗ୍ରୀକୁ ୩ ଭାଗରେ ବିଭକ୍ତ କରାଯାଇଛି ।

ତେବେ KPKBରୁ CRPF, BSF, ITBP, CISF, SSB, NSG ଏବଂ ଆସାମ ରାଇଫଲ୍ସରେ ମୁତୟନ ଥିବା ପ୍ରାୟ ୧୦ ଲକ୍ଷ ସୁରକ୍ଷାକର୍ମୀଙ୍କ ୫୦ ଲକ୍ଷରୁ ଅଧିକ ପରିବାର ସଦସ୍ୟ ଆବଶ୍ୟକ ସାମଗ୍ରୀ ପାଇଁ କ୍ୟାଣ୍ଟିନ ବ୍ୟବହାର କରିଥାନ୍ତି। କେବଳ ବର୍ଗ ୧ ଏବଂ ବର୍ଗ ୨ ଅଧୀନରେ ଥିବା ସାମଗ୍ରୀକୁ କେନ୍ଦ୍ରୀୟ ପୋଲିସ କଲ୍ୟାଣ ଦୋକାନରେ ରଖାଯିବ । ଶ୍ରେଣୀ ୩ ରେ ପଡୁଥିବା ସାମଗ୍ରୀଗୁଡିକ ଜୁନ୍ ୧ ରୁ ହଟାଯିବ ଏବଂ ଜୁନ୍ ୧ ରୁ ସେମାନଙ୍କର ବିକ୍ରୟ ବନ୍ଦ ହେବ । ବର୍ଗ ୩ ଅଧୀନରେ ଥିବା ସମସ୍ତ କମ୍ପାନୀକୁ ଜୁନ୍ ୧ ରୁ କ୍ୟାଣ୍ଟିନରେ ସେମାନଙ୍କ ଉତ୍ପାଦ ବିକ୍ରୟ କରିବାକୁ ବାରଣ କରାଯିବ । କେପି କେବି କ୍ୟାଣ୍ଟିନରେ କେବଳ ସ୍ୱଦେଶୀ ସାମଗ୍ରୀ ବିକ୍ରି ହେବ ବୋଲି ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

Get real time updates directly on you device, subscribe now.