fbpx

ଅରୁଣାଞ୍ଚଳ ପ୍ରଦେଶରୁ ଅପହୃତ ଯୁବକ ଚୀନରୁ ଠାବ, PLA ପକ୍ଷରୁ ଭାରତୀୟ ସେନାକୁ ଦିଆଗଲା ସୂଚନା

ନୂଆଦିଲ୍ଲୀ: ଅରୁଣାଞ୍ଚଳ ପ୍ରଦେଶରୁ ନିଖୋଜ ହୋଇଯାଇଥିବା ଭାରତୀୟ ଯୁବକଙ୍କୁ ଚୀନ ସୀମା ଭିତରୁ ଠାବ କରାଯାଇଛି । ଚୀନୀ ସେନା ମାନେ ଭାରତୀୟ ସେନାକୁ ଏ ସମ୍ପର୍କରେ ସୁଚନା ଦେଇଛନ୍ତି । ଏହି ଯୁବକଙ୍କୁ ଭାରତ ଫେରାଇ ଆଣିବାକୁ ପ୍ରୋଟୋକଲ୍ ସବୁ ପୂରା କରାଯାଉଛି । ଏଥପାଇଁ ୭ରୁ ୧୦ ଦିନ ଲାଗିଯାଇପାରେ । ତେବେ ପିଏଲଏ ଉକ୍ତ ଭାରତୀୟ ଯୁବକଙ୍କୁ ସୁରକ୍ଷିତ ଭାବରେ ଫେରାଇ ଦେବା ନେଇ କହିଛନ୍ତି । କେବେ ଓ କେଉଁଠି ମିରମ୍ ଙ୍କ ଭାରତକୁ ଫେରାଇ ଦିଆଯିବ ସେ ସମ୍ପକରେ ଚୀନୀ ସେନା ସୂଚନା ଦେବେ ବୋଲି କହିଛନ୍ତି । ସୂଚନା ଯେ, ଜାନୁଆରୀ ୧୮ ତାରିଖରେ ଅରୁଣାଞ୍ଚଳ ପ୍ରଦେଶର ୧୭ ବର୍ଷିୟ ମିରମ୍ ତାରନ୍ ନିଖୋଜ ହୋଇଯାଇଥିଲେ । ଏହି ପରିପ୍ରେକ୍ଷୀରେ ଅରୁଣାଞ୍ଚଳ ପ୍ରଦେଶର ଲୋକସଭା ସାଂସଦ ଅଭିଯୋଗ କରିଥିଲେ ପିପୁଲ୍ସ ଲିବରେସନ୍ ଆର୍ମି ଭାରତୀ ସୀମାରୁ ୧୭ ବର୍ଷିୟ ମିରମ୍ କୁ ଅପହରଣ କରି ଦେଇଛନ୍ତି ।

Get real time updates directly on you device, subscribe now.