fbpx

ଶୀର୍ଷକୁ ଉଠିଲେ ମିତାଲି, ଖସିଲେ ଷ୍ଟାଫାନି ଟେଲର୍

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ମଧ୍ୟ ବିଶ୍ୱ ସ୍ତରରେ ଭଲ ମାନ୍ୟତାରେ ରହିଛି । ପୁରୁଷ ଖେଳାଳିଙ୍କଠାରୁ ମହିଳାମାନେ କୌଣସି ଗୁଣରେ କମ୍ ନୁହନ୍ତି ବୋଲି ପୁଣିଥରେ ପ୍ରମାଣିତ କରିଛନ୍ତି । ଏହିକ୍ରମରେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଅଧିନାୟିକା ମିତାଲି ରାଜ୍ ଆଇସିସି ଦିନିକିଆ ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛନ୍ତି । ମିତାଲି ୭୬୨ ପଏଣ୍ଟ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ସେହିପରି ଭାରତୀୟ ମହିଳା ଦଳର ଧୋନି ନାମରେ ଚର୍ଚ୍ଚିତ ସ୍ମୃତି ମାନ୍ଧାନା ମାନ୍ୟତାର ୯ମ ସ୍ଥାନରେ ରହିଛନ୍ତି । ଏହା ପୂର୍ବରୁ ୱେଷ୍ଟଇଣ୍ଡିଜ୍ ମହିଳା କ୍ରିକେଟ୍ ଦଳର ଅଧିନାୟିକା ଷ୍ଟାଫାନି ଟେଲର ବ୍ୟାଟିଂ ମାନ୍ୟତାର ଶୀର୍ଷ ସ୍ଥାନରେ ରହିଥିଲେ । ସମ୍ପ୍ରତି ଟେଲର ୫ମ ସ୍ଥାନକୁ ଖସି ଯାଇଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ଆଇଆଇସି ଦିନିକିଆ ବୋଲିଂ ମାନ୍ୟତାରେ ଭାରତର ଝୁଲଣ ଗୋସ୍ୱାମୀ ୫ମ ସ୍ଥାନରେ ଥିବା ବେଳେ ଅଲରାଉଣ୍ଡର ମାନ୍ୟତାରେ ଦୀପ୍ତି ଶର୍ମା ୫ମ ସ୍ଥାନରେ ରହିଛନ୍ତି । ମହିଳା ଟ୍ୱେଣ୍ଟି-୨୦ ବ୍ୟାଟିଂ ମାନ୍ୟତାରେ ଭାରତର ବାମହାତୀ ଓପନର୍ ସ୍ମୃତି ମାନ୍ଧାନା ୩ୟ ସ୍ଥାନରେ ରହିଛନ୍ତି । ଏହା ତାଙ୍କ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା । ମହିଳା ଟିମ୍ ଏଭଳି କୃତିତ୍ୱ ହାସଲ କରିବା ପରେ ସବୁଆଡୁ ଶୁଭେଚ୍ଛା ଜ୍ଞାପନ କରାଯାଉଛି ।

Get real time updates directly on you device, subscribe now.