fbpx

ବିଜଲୀ ହେଲା ୩ ଛୁଆର ମା’, ଶାବକ ସବୁ ସୁସ୍ଥ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନନ୍ଦନକାନନରେ ଖୁସିର ବାତାବରଣ । ଆସିଲେ ୩ ନୂଆ ଅତିଥି । ତିନୋଟି ଶାବକକୁ ଜନ୍ମ ଦେଲା ବିଜିଲୀ । ଫଳରେ ପରିବେଶବିତ୍ ଓ ନନ୍ଦନକାନନ କର୍ତ୍ତୃପକ୍ଷ ଖୁବ୍ ଖୁସି ବ୍ୟକ୍ତ କରିଛନ୍ତି ।

ମଙ୍ଗଳବାର ବିଳମ୍ବିତ ରାତିରେ ସିଂହୀ ବିଜଲୀ ୩ଟି ଛୁଆଙ୍କୁ ଜନ୍ମ ଦେଇଛି । ବର୍ତମାନ ଉଭୟ ମା’ ଓ ଶାବକ ସୁସ୍ଥ ଥିବା ବେଳେ ସେମାନଙ୍କୁ ଅବଜରବେସନରେ ରଖାଯାଇଛି । ସେପଟେ ନନ୍ଦନକାନନର ନୂଆ ଉପ ନିର୍ଦ୍ଦେଶକ ସନ୍ଦୀପ କୁମାରଙ୍କ ଆଗମନକୁ ସିଂହୀ ବିଜଲୀର ୩ଟି ଶାବକ ହେବା ନନ୍ଦନକାନନରେ ଖୁସିର ଲହର ଖେଳାଇ ଦେଇଛି ।

ସୂଚନାଯୋଗ୍ୟ ଯେ ନବଜାତ ୩ ସିଂହ ଛୁଆର ନାମକରଣ କରାଯାଇନି । ସମ୍ରାଟ ଓ ବିଜଲୀର ମିଳନରୁ ଏହି ୩ଟି ଛୁଆ ହୋଇଥିବାବେଳେ ବର୍ଷକ ପରେ ନାମକରଣ କରାଯିବ ବୋଲି ନନ୍ଦନକାନନର ଉପ-ନିର୍ଦ୍ଦେଶକ ସନ୍ଦୀପ କୁମାର କହିଛନ୍ତି । ଏହି ୩ ଜଣଙ୍କୁ ମିଶାଇ ନନ୍ଦନକାନନରେ ମୋଟ ୧୮ଟି ସିଂହ ରହିଛନ୍ତି । ସେ ମଧ୍ୟରେ ୨ଟି ହେଉଛନ୍ତି ଆଫ୍ରିକାନ୍ ସିଂହ । ଏହା ପୂର୍ବରୁ ୨୦୧୫ ଏବଂ ୨୦୧୭ରେ ଯଥାକ୍ରମେ କଳ୍ପନା ଓ ଜିତ୍ ନାମକ ସିଂହୀ ଛୁଆ ଜନ୍ମ କରିଥିଲେ । ବିଜଲୀ ପ୍ରଥମଥର ପାଇଁ ଛୁଆ ଜନ୍ମ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.