fbpx

ଘରକୁ ଫେରିଗଲେ ଦିଲ୍ଲୀ କ୍ୟାପିଟାଲ୍ସର ମିଚେଲ ମାର୍ଶ: ବିବାହ କରିବେ ଷ୍ଟାର ଅଲରାଉଣ୍ଡର

ନୂଆଦିଲ୍ଲୀ: ରାଜସ୍ଥାନ ବିପକ୍ଷ ମ୍ୟାଚ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଏକ ଶକ୍ତ ଝଟକା । ଦଳର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ହଠାତ ଘରକୁ ଫେରିଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ସେ ବର୍ତ୍ତମାନ ଆଇପିଏଲରୁ ଦୂରେଇ ରହିପାରନ୍ତି । ଆଇପିଏଲ ଆରମ୍ଭରୁ ମିଚେଲ ମାର୍ଶ ଦମଦାର ଫର୍ମରେ ଥିବା ବେଳେ ଏହି ନିଷ୍ପତ୍ତି ଦଳ ପାଇଁ ମହଙ୍ଗା ପଡିପାରେ । ତେବେ ବିବାହ ଯୋଗୁଁ ମାର୍ଶ ଅଷ୍ଟ୍ରେଲିଆ ଯାଉଥିବା ଜାଣିବାକୁ ମିଳିଛି ।

ସୂଚନା ଅନୁସାରେ, ଦିଲ୍ଲୀର ଷ୍ଟାର ଅଲରାଉଣ୍ଡର ମିଚେଲ ମାର୍ଶ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେଣୁ ଆଇପିଏଲରୁ କିଛି ଦିନ ବିରତୀ ନେଇ ସେ ଅଷ୍ଟ୍ରେଲିଆ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ତେଣୁ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଏହା ମହଙ୍ଗା ପଡିପାରେ । କାରଣ ଏବେ ଦିଲ୍ଲୀକୁ ମାର୍ଶଙ୍କ ବିକଳ୍ପ ଖୋଜିବାକୁ ପଡିବ । ତେବେ ବିବାହ ପରେ ସେ ପୁଣିଥରେ ଆଇପିଏଲକୁ କମବ୍ୟାକ କରିବେ ବୋଲି ସୂଚନା ଦେଇଛନ୍ତି । ତେବେ ଚଳିତ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଦୁଇଟି ମ୍ୟାଚ ଖେଳିଥିବା ବେଳେ ଉଭୟ ମ୍ୟାଚରେ ନିରାଶାଜନକ ପ୍ରଦର୍ଶନ କରିଛନ୍ତି ମିଚେଲ ମାର୍ଶ । ପ୍ରଥମ ମ୍ୟାଚରେ ଖାତା ନ ଖୋଲି ଆଉଟ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୪ ରନ କରି ସେ ଗୋଟିଏ ୱିକେଟ ହାସଲ କରିଛନ୍ତି ।

ସେପଟେ ଏହି ମ୍ୟାଚ ପୂର୍ବରୁ ରାଜସ୍ଥାନକୁ ମଧ୍ୟ ବଡ ଝଟକା ଲାଗିପାରେ । ଦଳର ଷ୍ୟାର ଓପନର ଜୋସ ବଟଲର ମଧ୍ୟ ଏହି ମ୍ୟାଚରୁ ବାଦ୍ ପଡିପାରନ୍ତି । ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ସେ ଆହତ ହୋଇଥିବାରୁ ତାଙ୍କୁ ଖେଳିବା ନେଇ ମଧ୍ୟ ସନ୍ଦେହ ଦେଖା ଦେଇଛି । ଏକ କ୍ୟାଚ ଧରିବା ସମୟରେ ତାଙ୍କ ଆଙ୍ଗୁଠିରେ ଅଘାତ ଲାଗିଥିଲା । ଯେଉଁଥିପାଇଁ ଏହି ମ୍ୟାଚରେ ତାଙ୍କ ସ୍ଥାନରେ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଓପନିଙ୍ଗ କରିଥିଲେ । ବଟଲର ବର୍ତ୍ତମାନ ମେଡିକାଲ ଷ୍ଟାଫଙ୍କ ନଜରରେ ରହିତିବା ବେଳେ ରିପୋର୍ଟକୁ ଅପେକ୍ଷା କରିଛି ରାଜସ୍ଥାନ ରୋୟଲ୍ସ ।

Get real time updates directly on you device, subscribe now.