fbpx

News across the Earth, news close to your heart, Read Odisha Bhaskar English

ସଂସ୍କାରକୁ ନେଇ ଉଠିଲା ପ୍ରଶ୍ନ; କପିଲ ଦେବଙ୍କ ଫଟୋ ଶେୟାର କରି ମିଶେଲଙ୍କୁ ସମାଲୋଚନା କଲେ ୟୁଜର୍ସ

ଓଡିଶା ଭାସ୍କର; କ୍ରିକେଟ ଏକ ଅନିଶ୍ଚିନ୍ତ ଖେଳ, କେତେବେଳେ କଣ ହେବ କିଛି କହି ହେବ ନାହିଁ । ସେହିପରି ଖେଳ ଅଛି ମାନେ ହାରଜିତ୍ ବି ଲାଗି ରହିବ । ଖେଳରେ ସବୁବେଳେ ଜଣେ ହାରିଥାଏ ଓ ଅନ୍ୟ ଜଣେ ଜିତି ଯାଇଥାଏ । ଏଥିରେ ଜିତିବା ଦଳକୁ ସମସ୍ତେ ପ୍ରଶଂସାରେ ପୋତି ପକାଇବା ସହ ପୁରସ୍କାର ବି ପ୍ରଦାନ କରିଥାନ୍ତି । ଆଉ ଜଣେ ଖେଳାଳି ପାଇଁ ଏହି ପ୍ରଶଂସା ଆଉ ପୁରସ୍କାର ସବୁ କିଛି ହୋଇଥାଏ । ମାତ୍ର ପୁରସ୍କାର ପାଇଥିବା ଖେଳାଳିଟି ତାର ପୁରସ୍କାରକୁ କେତେ ସମ୍ମାନ ଦେଇଥାଏ ତାହା ତା’ର ସଂସ୍କାର ଉପରେ ନିର୍ଭର କରିଥାଏ ।

ତେବେ ବର୍ତ୍ତମାନ ପୁରସ୍କାରକୁ ଅସମ୍ମାନ କରିବା ନେଇ ଏକ ବିବାଦ ଦେଖା ଦେଇଛି । ଗତକାଲି ଦିନିକିଆ ବିଶ୍ୱକପ ୨୦୨୩ରେ ଭାରତକୁ ପରାସ୍ତ କରି ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ ଦଳ । ବିଜେତା ଘୋଷଣା ପରେ ପୁରସ୍କାର ବଣ୍ଟନ ସମାରୋହରେ ବିଶ୍ୱକପ ଟ୍ରଫିକୁ ହାତେଇ ନେଇଛି କଙ୍ଗାରୁ ଦଳ । ଗୋଟେ ପଟେ ପରାଜୟ ସାମ୍ନା କରି ଭାରତୀୟ ଦଳ ମନ ଦୁଃଖରେ ଥିବା ବେଳେ ଅନ୍ୟପଟେ ବିଜୟ ଉତ୍ସବ ପାଳନ କରୁଛି ଅଷ୍ଟ୍ରେଲିଆ ଦଳ । ସୋସିଆଲ ମିଡିଆରେ ଉତ୍ସବର ଫଟୋ ଏବଂ ଭିଡିଓ ସବୁଠାରେ ଦେଖିବାକୁ ମିଳୁଛି। ଏହି ସମୟରେ ଅଷ୍ଟ୍ରେଲୀୟ କ୍ରିକେଟ ଦଳର ଖେଳାଳି ମିଚେଲ ମାର୍ଶଙ୍କ ଏକ ଫଟୋକୁ ନେଇ ବିବାଦ ଦେଖା ଦେଇଛି। ତାଙ୍କର ଏହି ଫଟୋ ଉଠାଇବା ଶୈଳୀକୁ ନେଇ ତାଙ୍କୁ ସବୁଠି କଡା ସମାଲୋଚନା କରାଯାଉଛି ।

ଏହି ଫଟୋରେ ଦେଖା ଦେଇଛି ଯେ ମିଚେଲ ବିଶ୍ୱକପ ଟ୍ରଫିରେ ପାଦ ରଖିଛନ୍ତି। ଫଟୋ ସାମ୍ନାକୁ ଆସିବା ମାତ୍ରେ ସୋସିଆଲ ମିଡିଆ ୟୁଜର୍ସମାନେ ଏହାକୁ ସୋସିଆଲ ମିଡିଆରେ ଶେୟାର କରିବା ଆରମ୍ଭ କରିଛନ୍ତି। ମିଚେଲ ମାର୍ଶଙ୍କ ଏଭଳି ଅଶୌଭନୀୟ ଫଟୋକୁ ନେଇ ବିଭିନ୍ନ ମହଲରେ ତାଙ୍କୁ ନିନ୍ଦା କରାଯାଉଛି । ଜଣେ ଖେଳାଳି ହିସାବରେ ସେ ଟ୍ରଫିକୁ ସମ୍ମାନ ଦେବା ପରିବର୍ତ୍ତେ ସେ ଟ୍ରଫିକୁ ଅସମ୍ମାନ କରିଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆ ୟୁଜର୍ସମାନେ ତାଙ୍କୁ କଡା ସମାଲୋଚନା କରିବା ସହ ସେ ସଂସ୍କାର ଶିଖି ନାହାନ୍ତି ବୋଲି କହିଛନ୍ତି । ସେହିପରି ମିଚେଲ ମାର୍ଶଙ୍କ ସହ ଭାରତୀୟ ଖେଳାଳି ତଥା ୧୯୮୩ ବିଶ୍ୱକପ ବିଜେତା କପିଲ ଦେବଙ୍କ ଫଟୋ ସେୟାର କରି ମିଶେଲଙ୍କୁ ସମାଲୋଚନା କରିଛନ୍ତି ୟୁଜର୍ସ । ଯେଉଁଥିରେ କପିଲ ଦେବ ଦୁଇ ହାତରେ ବିଶ୍ୱକପ ଟ୍ରଫି ଧରି ତାଙ୍କ ମୁଣ୍ଡ ଉପରେ ରଖିଥିବା ନଜର ଆସିଛନ୍ତି। ଏଥିରେ ଲେଖାଯାଇଛି ଡିଫରେନ୍ସ। ଆଉ କେହି କେହି କହିଛନ୍ତି ବିଶ୍ୱକପ ଟଫିକୁ ସମ୍ମାନ କରିବା ଶିଖ। ଆଉ କେହି ମାଷ୍ଟର ବ୍ଲାଷ୍ଟର ସଚ୍ଚିନ ତେନ୍ଦୁଲକରଙ୍କ ବିଶ୍ୱକପ ଟ୍ରଫି ସହ ଫଟୋ ଶେୟାର କରି ଲେଖିଛନ୍ତି ଦେଖ କ୍ରିକେଟର ଭଗବାନ କେମିତି ଟ୍ରଫିକୁ ଆଦର କରୁଛନ୍ତି।

Get real time updates directly on you device, subscribe now.