fbpx
BSKY
BJD MC SKY
BJD YOUTH SKY

WC ଫାଇନାଲ ପରେ ଶେଷ ହେଲା ଦ୍ରାବିଡ଼ଙ୍କ କାର୍ଯ୍ୟକାଳ: ନୂଆ କୋଚ ଖୋଜିବ BCCI?

ନୂଆଦିଲ୍ଲୀ: ଶେଷ ହୋଇଛି ବିଶ୍ୱକପ-୨୦୨୩ ଟୁର୍ଣ୍ଣାମେଣ୍ଟ । ଫାଇନାଲରେ ମ୍ୟାଚରେ ପରାସ୍ତ ହୋଇ ଆଉ ଏକ ଆଇସିସି ଟ୍ରଫି ହରାଇଛି ଟିମ ଇଣ୍ଡିଆ । ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ସହିତ ଶେଷ ହୋଇଛି ଭାରତର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ । ଦିନିକିଆ ବିଶ୍ୱକପ ପର୍ଯ୍ୟନ୍ତ କୋଚ୍ ଭାବରେ ଦାୟିତ୍ୱ ନେବା ପାଇଁ ଦ୍ରାବିଡ଼ଙ୍କ ସହ ଚୁକ୍ତି ହୋଇଥିବା ବେଳେ ଫାଇନାଲ ସରିବା ପରେ ଏହି ସମୟ ଶେଷ ହୋଇଛି । ତେଣୁ ବର୍ତ୍ତମାନ ନୂଆ କୋଚଙ୍କ ନିଯୁକ୍ତି କରିପାରେ । ଆଉ ଜଣେ ନୂଆ କୋଚଙ୍କୁ ଦାୟିତ୍ୱ ଦେଇପାରେ ଭାରତୀୟ କ୍ରିକେଟ ବୋର୍ଡ ।

ତେବେ ଗତକାଲି ଫାଇନାଲ ସହ ଶେଷ ହୋଇଛି ଭାରତର ବିଶ୍ୱକପ ଯାତ୍ରା । ଏହାସହିତ ହେଡ କୋଚ ଭାବରେ ରାହୁଲ ଦ୍ରାବିଡ଼ଙ୍କ ଦାୟିତ୍ୱ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ବିଶ୍ୱକପରେ ପରାଜୟ ପରେ ଏଣିକି ଦଳରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି । ତେବେ ସବୁଠୁ ବଡ଼ ଆଲୋଚନା ବିଷୟ ହେବ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ଦାୟିତ୍ୱ । ତେବେ ଏପର୍ଯ୍ୟନ୍ତ ବିସିସିଆଇ ତରଫରୁ ଏ ନେଇ କୌଣସି ନିଷ୍ପତ୍ତି ନିଆ ଯାଇ ନାହିଁ । ତେବେ କୋଚିଂ କରିବା ନେଇ ଭବିଷ୍ୟତରେ କ’ଣ ଲକ୍ଷ୍ୟ ରହିଛି ବୋଲି ଦ୍ରାବିଡ଼ଙ୍କୁ ପ୍ରଶ୍ନ କରିବାରୁ, ସେ ଏହାର କୌଣସି ଉତ୍ତର ନ ଦେଇ ଚୁପ୍ ରହିଛନ୍ତି ।ସେ କହିଛନ୍ତି ଯେ, ମୁଁ ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଚିନ୍ତା କରିନାହିଁ । ମୁଁ ବର୍ତ୍ତମାନ ଏକ ଖେଳରୁ ବାହାରି ଆସିଛି। ମୋର ଏ

ବିଷୟରେ ଚିନ୍ତା କରିବାର ସମୟ ନଥିଲା ଏବଂ ଏହା ଉପରେ ଧ୍ୟାନ ଦେବାର ସମୟ ନଥିଲା। ତେବେ ସମୟ ପାଇଲେ ଏ ବିଷୟରେ ନିଶ୍ଚୟ ଚିନ୍ତା କରିବେ ବୋଲି କହିଛନ୍ତି ରାହୁଲ ଦ୍ରାବିଡ଼ । ଏଭଳି ସମୟରେ ମୋର ସମ୍ପୂର୍ଣ୍ଣ ଫୋକସ୍ ଖେଳ ଉପରେ ରହିଥିଲା ଏବଂ ମୋ ମୁଣ୍ଡରେ ଅନ୍ୟ କୌଣସି ଚିନ୍ତା ନଥିଲା । ଭବିଷ୍ୟତରେ କ’ଣ ହେବ, ସେ ନେଇ ମଧ୍ୟ ମୁଁ ଚିନ୍ତା କରିନଥିଲି ।

ତେବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ କୋଚ୍ ପଦବୀ ପାଇଁ ପ୍ରସ୍ତୁତ ହୋଇପାରେ । ତେବେ ପୂର୍ବତନ ଷ୍ଟାର କ୍ରିକେଟର ଭିଭିଏସ ଲକ୍ଷ୍ମଣ ଏହି ତାଲିକାରେ ଖୁବ ଆଗରେ ରହିଛନ୍ତି । ସେ ଏଥିପାଇଁ ଆବେଦନ କରିପାରନ୍ତି । ଏହାବ୍ୟତୀତ ସେହୱାଗ ଏବଂ ଅନ୍ୟ ଖେଳାଳି ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି । ତେବେ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରେ ଲକ୍ଷ୍ମଣଙ୍କୁ ଟିମ ଇଣ୍ଡିଆର କୋଚ୍ ଭାବରେ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.