fbpx

ପଦ୍ମ ଧରିବେ ମିଥୁନ ଚକ୍ରବର୍ତ୍ତୀ!

ନୂଆଦିଲ୍ଲୀ,୫ ।୩: ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ମାର୍ଚ୍ଚ ୭ରେ ବିଜେପିରେ ସାମିଲ ହୋଇପାରନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ମିଥୁନ ରହିବେ । ଗତ ୧୬ ଫେବ୍ରୁଆରୀଦିନ ମିଥୁନ ଦା’ଙ୍କୁ ଭେଟିଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ । ସେବେଠାରୁ ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ଯୋଗଦେବା ନେଇ କଳ୍ପନାଜଳ୍ପନା ଚାଲିଥିଲା।

ତେବେ ମିଥୁନ ଚକ୍ରବର୍ତ୍ତୀ ଜଣେ ରାଜ୍ୟସଭା ସଦସ୍ୟ ଅଛନ୍ତି। ତାଙ୍କୁ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସି ରାଜ୍ୟସଭାକୁ ପଠାଇଥିଲା ଏବଂ ସେ ଏପ୍ରିଲ ୨୦୧୪ ରୁ ଡିସେମ୍ବର ୨୦୧୬ ପର୍ୟ୍ୟନ୍ତ ଗୃହରେ ରହିଥିଲେ।

ଉଲ୍ଲେଖଯୋଗ୍ୟ ଯେ, କୋଲକାତାର ୨୯୪ ଟି ସିଟ୍ ପାଇଁ ଆଠଟି ପର୍ୟ୍ୟାୟରେ ଭୋଟ୍ ଦିଆଯିବ। ପ୍ରଥମ ପର୍ୟ୍ୟାୟ ପାଇଁ ମତଦାନ ୨୭ ମାର୍ଚ୍ଚରେ ହେବ । ପ୍ରଥମ ପର୍ୟ୍ୟାୟରେ ୩୮ ଟି ଆସନରେ ମତଦାନ କରାଯିବ। ଆସନ୍ତା ମେ ୨ ରେ ଫଳାଫଳ ଘୋଷଣା କରାଯିବ ।

Get real time updates directly on you device, subscribe now.