ରାତିରେ ନଡ଼ିଆ ତେଲ ସହ ଏହାକୁ ମିଶାଇ ଲଗାନ୍ତୁ, କାଚ ପରି ଚମକିବ ମୁହଁ, ସେରମର ପଡିବନି ଆବଶ୍ୟକତା

ଓଡ଼ିଶା ଭାସ୍କର: ନଡ଼ିଆ ତେଲକୁ ଖାଦ୍ୟ ବ୍ୟତୀତ ସ୍କିନ କେୟାର ଏବଂ ହେୟାର କେୟାରରେ ମଧ୍ୟ ସାମିଲ କରାଯାଇଛି। ଏହି ତେଲରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଥାଏ, ଯାହା ତ୍ୱଚାର ଶୁଖାପଣକୁ ଦୂର କରିଥାଏ। ଏହା ବ୍ୟତୀତ ନଡ଼ିଆ ତେଲରେ ଲେରିକ୍ ଏସିଡ ଏବଂ ଆଣ୍ଟିମାଇକ୍ରୋବିୟଲ ଗୁଣ ମଧ୍ୟ ରହିଛି। ଶୀତଦିନେ ସାଧାରଣତଃ ତ୍ୱଚା ଶୁଖିଲା ହୋଇଯାଇଥାଏ, ଏଥିପାଇଁ ଆପଣ ନଡ଼ିଆ ତେଲ ମୁହଁରେ ଲଗାଇବା ଦ୍ୱାରା ଶୁଖାପଣ ଦୂର ହେବା ସହ ମୁହଁର ଉଜ୍ୱଳତା ବଢିଥାଏ। କିନ୍ତୁ ଆସନ୍ତୁ ଜାଣିବା କେଉଁ ଜିନିଷକୁ ନଡିଆ ତେଲ ସହ ମିଶାଇ ଲଗାଇଲେ, ଏହା ସେରମ ପରି କାମ କରିଥାଏ।

ମୁହଁରେ କିପରି ଲଗାଇବେ:
ନଡ଼ିଆ ତେଲରେ ଭିଟାମିନ-ଇର ଗୁଣ ରହିଥାଏ। ଡ୍ରାଏ ସ୍କିନରେ ନଡ଼ିଆ ତେଲକୁ ସାଧା ଲଗାଇପାରିବେ। ଏହାକୁ ଲଗାଇଲେ ଏହା ମୁହଁକୁ ମଇଶ୍ଚୁରାଇଜ କରିଥାଏ। ରାତିରେ ଏହାକୁ ଲଗାଇ ଶୋଇପାରିବେ। ଏହାକୁ ଅଧଘଣ୍ଟା ମୁହଁରେ ଲଗାଇ ଧୋଇପାରିବେ।

ଗ୍ଲୋଇଙ୍ଗ ସ୍କିନ: ଗ୍ଲୋଇଙ୍ଗ ସ୍କିନ ପାଇଁ ଆପଣ ନଡ଼ିଆ ତେଲ ସହ ହଳଦୀ ଲଗାନ୍ତୁ। ହଳଦୀରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ଇମଫ୍ଲେମେଟରୀ ଗୁଣ ତ୍ୱଚାକୁ ଫାଇଦା ଦେଇଥାଏ। ଏହାକୁ ଏକ ମିଶ୍ରଣ କରି ମୁହଁରେ ଲଗାଇ ୨୦-୨୫ ମିନିଟ ରଖନ୍ତୁ, ଏହାପରେ ଭଲଭାବେ ଧୋଇଦିଅନ୍ତୁ।

ନଡ଼ିଆ ତେଲ ଏବଂ ମହୁ: ଡ୍ରାଏ ସ୍କିନ ପାଇଁ ନଡ଼ିଆ ତେଲ ଏବଂ ମହୁର ମିଶ୍ରଣ ମଧ୍ୟ ଲଗାଯାଇଥାଏ। ଏଥିପାଇଁ ବରାବର ମାତ୍ରାରେ ନଡ଼ିଆ ତେଲ ଏବଂ ମହୁକୁ ମିକ୍ସ କରି ଦିଅନ୍ତୁ। ଏହି ମିଶ୍ରଣକୁ ୧୦ରୁ ୨୦ ମିନିଟ ମୁହଁରେ ଲଗାଇ ରଖନ୍ତୁ। ଏହାପରେ ଆପଣ ମୁହଁକୁ ଧୋଇ ସଫାକରିନିଅନ୍ତୁ। ସ୍କିନର ଡ୍ରାଏନେସ ଦୂର ହେବା ସହ ଏଥିରେ ତ୍ୱଚାର ଉଜ୍ୱଳତା ମଧ୍ୟ ବୃଦ୍ଧି ପାଇଥାଏ।