fbpx

ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକଲେ ବିଧାୟକ

Advertisement

ପୁରୀ, ୧୩ା୧୨ (ଓଡିଶା ଭାସ୍କର): ପୁରୀ ହାଜତ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଜୟନ୍ତ କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟରୁ ରମେଶଙ୍କୁ ମାରି ଦିଆଯାଇଥିବା ସ୍ପଷ୍ଟ ହୋଇଛି । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ ନିହାତି ଆବଶ୍ୟକ ।

ସୂଚନାଥାଉକି କି, କିଛିଦିନ ପୂର୍ବରୁ କେ.ରମେଶଙ୍କ ହାଜତ ମୃତ୍ୟୁ ମାମଲାର ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା । ରମେଶଙ୍କ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଫଳରେ ମୃତ୍ୟୁ ଘଟିଥିବା ଡାକ୍ତର ରିପୋର୍ଟରେ ଦର୍ଶାଇଥିଲେ । ଏହାସହ ତାଙ୍କ ଶରୀରର ବିଭିନ୍ନ ଅଂଶ ପରୀକ୍ଷା ପରେ ମୃତ୍ୟୁ ପଛରେ ୧୮ଟି କାରଣ ଥିବା ମଧ୍ୟ ଉଲ୍ଲେଖ କରିଥିଲେ ।

Get real time updates directly on you device, subscribe now.