fbpx

ସଟଡାଉନ୍ ସମୟରେ ରେଳ ଷ୍ଟେସନରୁ ଗଡିବ ମୋ ବସ୍

ଭୁବନେଶ୍ୱର, ୨୩ା୪ (ଓଡିଶା ଭାସ୍କର) : ଆସନ୍ତାକାଲି ଠାରୁ ଲାଗୁ ହେବ ସପ୍ତାହାନ୍ତ ସଟଡାଉନ୍ । ଏହି ସମୟରେ ଭୁବନେଶ୍ୱରରେ ମୋ ବସର ନିୟମିତ ଯାତାୟାତ ବନ୍ଦ ରହିବାକୁ ଥିବା ବେଳେ କେବଳ ଜରୁରୀକାଳୀନ ସେବାରେ ଲାଗିବା ପାଇଁ ଚଳାଚଳ ହେବ । ଅର୍ଥାତ୍ ଆସନ୍ତାକାଲି କେବଳ ରେଳ ଷ୍ଟେସନରୁ ହିଁ ବସ୍ ଚାଲିବ । ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଯାତାୟାତ କରିବ । ରେଲୱେ ଷ୍ଟେସନରୁ କଟକ ଏବଂ ଖୋର୍ଦ୍ଧା ପର୍ଯ୍ୟନ୍ତ ଯିବ ମୋ ବସ୍ । ବିମାନ ବନ୍ଦରରୁ ରେଲୱେ ଷ୍ଟେସନ୍ ସଟଲ ସେବା ମିଳିବ ବୋଲି କ୍ରୁଟ୍ ପକ୍ଷରୁ ସୁଚନା ଦିଆଯାଇଛି ।

Get real time updates directly on you device, subscribe now.