fbpx

ମୋ ସରକାରରେ ସାମିଲ ହେଲା ଆଉ ୨ ବିଭାଗ

ଭୁବନେଶ୍ୱର,୧୬ ।୧(ଓଡିଶା ଭାସ୍କର): ରାଜ୍ୟ ସରକାରଙ୍କ ମୋ ସରକାରରେ ସାମିଲ ହୋଇଛି ଆଉ ୨ଟି ବିଭାଗ । ଶିଳ୍ପ ଓ ଏମଏସଏମଇ ବିଭାଗ ମୋ ସରକାରରେ ସାମିଲ ହୋଇଥିବା ସୂଚନା ମିଳିଛି ।

ତେବେ ଗତକାଲି ମୋ ସରକାରରେ ସାମିଲ ହୋଇଛି ଏସସି/ଏସଟି ବିଭାଗ । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏହି ବିଭାଗକୁ ବୁଧବାର ମୋ ସରକାରରେ ସାମିଲ କରାଯାଇଛି । ଏଣିକି ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭାଗୀୟ ମନ୍ତ୍ରୀ ଓ ସଚିବ ଲୋକଙ୍କ ସହ କଥା ହେବେ । ପୂର୍ବରୁ ମୋ ସରକାରରେ ବହୁ ବିଭାଗ ସାମିଲ ହୋଇସାରିଛି । ଆଗାମୀ ଦିନରେ ସମସ୍ତ ବିଭାଗକୁ ମୋ ସରକାର ଅଧିନକୁ ଆଣିବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି । ବିଭାଗ ଗୁଡ଼ିକ ମୋ ସରକାରରେ ସାମିଲ ହେଲେ ଏହାର ସୁଫଳ ସିଧାସଳଖ ଜନସାଧାରଣଙ୍କୁ ମିଳିବ ।

Get real time updates directly on you device, subscribe now.