fbpx

ରେଳ ଦୁର୍ଘଟଣା ଘଟଣାରେ ୪ କର୍ମଚାରୀ ନିଲମ୍ବିତ

କଟକ,୧୬ ।୧(ଓଡିଶା ଭାସ୍କର): କଟକ ନିର୍ଗଣ୍ଡିରେ ଏଏଟିଟି ଏକ୍ସପ୍ରେସ ଦୁର୍ଘଟଣା ପାଇଁ ୪ ଜଣ ନିଲମ୍ବିତ ହୋଇଛନ୍ତି । ନିର୍ଗୁଣ୍ଡି ଷ୍ଟେସନ ମାଷ୍ଟର, ମାଲଗାଡିର ପାଇଲଟ ଓ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି । ଏହା ସହ ଏଲଟିଟି ଏକ୍ସପ୍ରେସର ସହକାରୀ ଲୋକୋ ପାଇଲଟ୍ ମଧ୍ୟ ନିଲମ୍ବିତ ହୋଇଛନ୍ତି । ଏହି ୪ ରେଳ କର୍ମଚାରୀଙ୍କ ନିଲମ୍ବନ ନେଇ ପୂର୍ବତଟ ରେଳବାଇ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ କଟକ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନରେ ଲୋକମାନ୍ୟ ତିଲକ ଏକ୍ସପ୍ରେସ ଲାଇନଚ୍ୟୁତ ହୋଇଯାଇଥିଲା । ଘନ କୁହୁଡ଼ି ପାଇଁ ମାଲଗାଡ଼ି ସହ ଧକ୍କା ପରେ ଲାଇନଚ୍ୟୁତ ହୋଇଯାଇଥିଲା । ଏଥିରେ ୭ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ୪ଟି ବଗି କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଏହି ଦୁର୍ଘଟଣାରେ ୪୦ରୁ ଅଧିକ ଆହତ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.