fbpx

ସ୍ବାଭିମାନ ଅଞ୍ଚଳବାସୀଙ୍କୁ ମିଳିବ ମୋବାଇଲ

ଚିତ୍ରକୋଣ୍ଡା,୧୪।୧୧-ମାଲକାନଗିରି ଜିଲା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ମୋବାଇଲ ଯୋଗାଇ ଦିଆଯିବ। ଏ ନେଇ ଶନିବାର ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ୧୭ତାରିଖରେ ମୁଖ୍ୟମନ୍ତ୍ରୀ ମୋବାଇଲ ବଣ୍ଟନ କାର୍ଯ୍ୟକ୍ରମକୁ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ସ୍ବାଭିମାନ ଅଞ୍ଚଳର ୯ ପଞ୍ଚାୟତ (ଯୋଡ଼ାମ୍ବ, ପଣସପୁଟ, ଅଣ୍ଡିରାପାଲି, ଯନ୍ତ୍ରୀ, ଗାଜୁଲୁମାମୁଡି, ରାଲେଗାଡା, ପାପରମେଟଲା, ଧୂଳିପୁଟ ଓ ରାଲେଗଡ଼ା) ର ୬୯୧୭ଟି ପରିବାରକୁ ମୋବାଇଲ ପ୍ରଦାନ କରାଯିବ।

Get real time updates directly on you device, subscribe now.