fbpx
BSKY
BJD SHG SKY
BJD YOUTH SKY

ମୋବାଇଲ ଗେମ୍ ହେଲା କାଳ, ରୁମ୍ ଭିତରୁ ଉଦ୍ଧାର ହେଲା ଯୁକ୍ତ ୩ରେ ପଢ଼ୁ୍‌ଥିବା ଛାତ୍ରଙ୍କ ଝୁଲନ୍ତା ମୃତଦେହ

ଜଗତସିଂହପୁର(ଭାସ୍କର ନ୍ୟୁଜ) : ଜଗତସିଂହପୁର ଟାଉନ ଥାନା ଅନ୍ତର୍ଗତ ଜୟବଡ଼ କଲୋନୀ ରେ ଯୁକ୍ତ ତିନି ବର୍ଷର ଛାତ୍ର ର ଆତ୍ମହତ୍ୟା । ସୂଚନା ମୁତାବକ ଜୟବଡ଼ ଜଗନ୍ନାଥ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ ଦାଶଙ୍କ ଏକମାତ୍ର ପୁଅ ଆଦିତ୍ୟ ଦାଶ, ସ୍ଥାନୀୟ ଏସଭିଏମ୍‌ କଲେଜରେ ଯୁକ୍ତ ୩ ରେ ପାଠ ପଢୁଥିଲେ । ଅନେକ ସମୟରେ ଚୁପ ଚାପ ରହିବା ସହ  ଅଧିକ ସମୟ ମୋବାଇଲ ଗେମରେ ଖେଳି ବିତାଇଥାନ୍ତି। କିନ୍ତୁ ହଠାତ୍ କଣ ହେଲା ଯେ କେଜାଣି  ନିଜ ଶୋଇବା ଘରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ। ଘରଭିତରୁ ଉଦ୍ଧାର ହେଲା ମୃତଦେହ। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ମୋବାଇଲ ଏବଂ ସାଙ୍ଗସାଥି ଆତ୍ମହତ୍ୟାର କାରଣ ବୋଲି କହିଛନ୍ତି ମୃତ ଆଦିତ୍ୟର ମାଆ । ତେବେ ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.