ଭୁବନେଶ୍ୱର: ରାଜଧାନୀ ସ୍ଥିତ ଡିସିପି ଅଫିସରେ ଲାଗିଛି ମୋବାଇଲ ମେଳା । ଲୋକଙ୍କୁ ଫୋନ୍ ବାଣ୍ଟିଛନ୍ତି ପୋଲିସ ବାବୁ ।
ଚୋରି କରାଯାଇଥିବା ୧୦୦ ମୋବାଇଲ ଫୋନକୁ ଜବତ କରି ବାଣ୍ଟିଛି ପୋଲିସ । ୧୦୦ଟି ମୋବାଇଲ ଫୋନ୍ ଜବତ ପରେ ଫୋନଗୁଡ଼ିକୁ ସେମାନଙ୍କ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି ।
ଏନେଇ ଡିସିପି କାର୍ଯ୍ୟାଳୟରେ ବ୍ୟବସ୍ଥା କରାଯାଇଥିଲା । ମୋବାଇଲ ହଜାଇଥିବା ଲୋକମାନେ ଡିସିପି ଅଫିସରେ ପହଞ୍ଚି ସେମାନଙ୍କ ଫୋନ ଗୁଡ଼ିକୁ ନେଇଥିବା ଦେଖିବାକୁ ମିଳିଛି ।